Categories: ଜାତୀୟ

ବାର୍ବରାଙ୍କ ସ୍ବାସ୍ଥ୍ୟ ରିପୋର୍ଟ ୨ ସପ୍ତାହ ମଧ୍ୟରେ ଦିଅ

ମୁମ୍ବାଇ,୧୮।୭: ୨୦୧୮ ଏଲ୍‌ଗାର ପରିଷଦ ମାମଲାର ଅଭିଯୁକ୍ତ ତଥା ସାମାଜିକ କର୍ମୀ ବାର୍ବରା ରାଓ(୮୧)ଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଦୁଇପପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ଜାତୀୟ ମାନବିକ ଅଧିକାର କମିଶନ ଶୁକ୍ରବାର ମହାରାଷ୍ଟ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ମୁଖ୍ୟ ଶାସନ ସଚିବ, ଡିଜି (ଜେଲ୍‌)ଙ୍କୁ ଏନେଇ ନୋଟିସ ଜାରି କରାଯାଇଛି। ମାଜା ଦାରୁଓ୍ବାଲାଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି କମିଶନ ଏଭଳି ପଦକ୍ଷେପ ନେଇଛନ୍ତି। ବୟସାଧିକ ଯୋଗୁ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଦୁର୍ବଳ ହେବା ଓ କରୋନା ଆକ୍ରାନ୍ତ ପରେ ବାର୍ବରାଙ୍କ ମାନସିକ ଚାପରେ ଥିବା ଦର୍ଶାଯାଇଛି। ରାଜ୍ୟ ସରକାର ଏକ ମେଡିକାଲ ବୋର୍ଡ ଗଠନ କରି ବାର୍ବରାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ଲାଗି କୁହାଯାଇଛି। ତାଙ୍କୁ ଘରୋଇ କିମ୍ବା ସରକାରୀ ହସ୍ପିଟାଲରେ ଭfର୍ତ୍ତି କରାଯିବ କି ନାହିଁ ତାହା ବୋର୍ଡ ନିଷ୍ପତ୍ତି ଦେବ।

Share