ଜୋନ ନଂ. ୧୪,୧୫ ପାଇଁ ପାର୍ଥିପତ୍ର ଦାଖଲ

ଗଞ୍ଜାମ,୨୧।୧(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକର ୧୪ ଓ ୧୫ ନମ୍ବର ଜୋନ ପାଇଁ ସସ୍ମିତା ସ୍ବାଇଁ ଏବଂ ସନାତନ ବେହେରା ପାର୍ଥିପତ୍ର ଦାଖଲ କରିଥିବା ଜଣାପଡ଼ିଛି। ଶୁକ୍ରବାର ଛତ୍ରପୁରସ୍ଥିତ ଉପଜିଲାପାଳ କାର୍ଯ୍ୟାଳୟରେ ସ୍ଥାନୀୟ ବିଧାୟକ ଓ ବିଜେଡି ନେତୃମଣ୍ଡଳୀ ଓ ସମର୍ଥକମାନଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା। ଉଭୟଙ୍କ ଉପରେ ଦଳ ଆଶାପ୍ରକଟ କରି ପ୍ରାର୍ଥୀ କରିଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହା ସହ ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି।