ବିନା କୋଚିଂରେ ଓଏଏସ୍‌ ପାାଇଲେ ସବ୍‌ନମଶ୍ରୀ: ଧରିତ୍ରୀକୁ ସାକ୍ଷାତକାର ଦେଇ କହିଲେ…

ଅମରପାଲି,୨୦।୧୦(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପକଣ୍ଠ ଚମ୍ପାମାଳ ଗ୍ରାମର ସବ୍‌ନମଶ୍ରୀ ମେହେର ଓଡ଼ିଶା ପ୍ରଶସନିକ ପରୀକ୍ଷା(ଓଏଏସ୍‌)ରେ  କୃତକାର୍ଯ୍ୟ ହୋଇଛନ୍ତି। ସେ ୪୪୯  ର଼୍ୟାଙ୍କରେ ରହିି ଏହି ସଫଳତା ପାଇଛନ୍ତି। ସେ ଚମ୍ପାମାଳ ଗ୍ରାମର ମା’ ନନକା ମେହେର ଓ ବାପା ପର୍ଶୁରାମ ମେହେରଙ୍କ ଝିଅ। ପର୍ଶୁରାମଙ୍କ ଦୁଇ ଝିଅ ଓ ଦୁଇ ପୁଅଙ୍କ ମଧ୍ୟରୁ ସାନ ଝିଅ ସବ୍‌ନମ। ସେ ତାଙ୍କର ଦିତୀୟ ପ୍ରଚେଷ୍ଟାରେ ଏହି ସଫଳତା ହାସଲ କରିଛନ୍ତି। ସେ ଏଥିପାଇଁ କୌଣସି କୋଚିଂ ନେଉ ନ ଥିବା ବେଳେ ନିଜେ ନିଜେ ପ୍ରସ୍ତୁତି କରୁଥିଲେ। ଏଥିପାଇଁ ସେ ଦୈନିକ ୧୨ ରୁ ୧୪ ଘଣ୍ଟା ପରିଶ୍ରମ କରୁଥିବା କହିଛନ୍ତି।
ସେ କହିଛନ୍ତି, ଲକ୍ଷ୍ୟ ହାସଲ ପାଇଁ ଧର୍ଯ୍ୟ, ଦୃଢ଼ ଆତ୍ମବିଶ୍ବାସ ଓ ମନୋବଳ, ଉତ୍ସର୍ଗୀକୃତ, ଏବଂ କଠିନ ପରିଶ୍ରମ ଆବଶ୍ୟକ। ଏହି ସଫଳତା ପାଇଁ ସେ ମା’, ବାପା, ପରିବାରର ଅନ୍ୟ ସମସ୍ତ ସଦସ୍ୟ, ଗୁରୁଜନ ଓ ସାଙ୍ଗ ସାଥିଙ୍କ ପ୍ରେରଣା  ଶ୍ରେୟ ଦେଇଛନ୍ତି। ସେ ଜଣେ ଭଲ ପ୍ରଶାସନିକ ଅଧିକାରୀ ହୋଇ ନିଃସାର୍ଥପର ଭାବେ  ଲୋକଙ୍କ ସେବା କରିବେ ବୋଲି ଧରିତ୍ରୀକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି।
ସବନମଶ୍ରୀଙ୍କ ପ୍ରାଥମିକ ଶିକ୍ଷା ବୀରମହାରାଜପୁର ଶିଶୁ ମନ୍ଦିର, ହାଇସ୍କୁଲ ଶିକ୍ଷା ସୋନପୁରସ୍ଥିତ ସାହାରା ହାଇସ୍କୁଲ, ଯୁକ୍ତ ଦୁଇ ବିଜ୍ଞାନ ଭୁବନେଶ୍ୱର କିଟ୍‌ କଲେଜରୁ ଏବଂ ଛିପିଲିମାସ୍ଥିତ ଓୟୁଏଟିରୁ ମଧ୍ୟ ଉତ୍ତିର୍ଣ୍ଣ ହୋଇଛନ୍ତି। ତାଙ୍କ ବାପା ଜଣେ ଅବସରପ୍ରାପ୍ତ କୃଷି ଅଧିକାରୀ  ହୋଇଥିବା ବେଳେ ମା’ ଜଣେ ଗୃହିଣୀ ଅଟନ୍ତି। ତାଙ୍କର ଏହି ସଫଳତାରେ ଅଞ୍ଚଳର ବିଭିନ୍ନ ମହଲରୁ ଶୁଭେଚ୍ଛାର ଶଅ ଛୁଟିଛି।

Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ଅଭୟଙ୍କ ଆଇପିଏସ୍‌ ଲକ୍ଷ୍ୟ

ଅତାବିରା,୨୦।୧୦(ହୃଷୀକେଶ ଖମାରୀ): ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପରିଚାଳିତ ଓଡ଼ିଶା ସିଭିଲ୍‌ ସର୍ଭିସ୍‌ (ଓସିଏଏସ୍‌) ପରୀକ୍ଷାରେ ବରଗଡ଼ ଜିଲା ଅତାବିରା ବ୍ଲକ କାଦୋବାହାଲ ପଞ୍ଚାୟତ ଅନ୍ତର୍ଗତ...

ମା’ ସର୍ବମଙ୍ଗଳା ଘାଟି ମୁଣ୍ଡିଆଣିଙ୍କ ଦଶରା ମହୋତ୍ସବ ଆରମ୍ଭ

କୋକସରା,୨୦।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଦେବାଦେବୀଙ୍କ ସ୍ଥାନ ସର୍ବାଗ୍ରେ ରହିଥିବା ବେଳେ ପ୍ରତି ବର୍ଷ ଦଶରା ଆସିଲେ ଗ୍ରାମରେ ଥିବା ଅଧିଷ୍ଠାତ୍ରୀ ଦେବୀଙ୍କୁ...

ଖାଜିପଲ୍ଲୀରେ ଦମ୍ପତିଙ୍କ ଆତ୍ମହତ୍ଯା: ଅନାଥ ହୋଇଗଲେ ଭାଇ ଭଉଣୀ

ପରୁଷୋତ୍ତମପୁର,୨୦ା୧୦( ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ କେ.ଏନ.ପୁର ପଞ୍ଚାୟତର ଖାଜିପଲ୍ଲୀ ଗ୍ରାମରେ ରବିବାର ରାତ୍ରରେ ଦମ୍ପତି ଆତ୍ମହତ୍ଯା କରିଛନ୍ତି। ସେମାନେ ହେଲେ...

ୟୁଟ୍ୟୁବ୍‌ରୁ ପାଠପଢ଼ି ଓଏଏସ୍‌ ପାଇଲେ ବଣ୍ଡା ଯୁବତୀ

ମାଲକାନଗିରି,୨୦ା୧୦(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ମୁଦୁଲିପଡା ଥାନା ଅଧୀନ ବଣ୍ଡାଘାଟିର ଜଣେ ବଣ୍ଡା ଜନଜାତି ଛାତ୍ର ଡାକ୍ତରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଜିଲା...

ଅତିରିକ୍ତ ନିର୍ବାହୀ ଅଧିକାରୀରୁ ଓଏଏସ୍‌ରେ ବାଜି ମାରିଲେ ପ୍ରତୀକ

ଭବାନୀପାଟଣା,୨୦।୧୦(ଉତ୍ତମ କୁମାର ଦାଶ): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ପରୀକ୍ଷାରେ ଭବାନୀପାଟଣା ଇରିଗେସନ କଲୋନୀ ଲେନ୍‌ ନମ୍ବର-୬ରେ ରହୁଥିବା ପ୍ରତୀକ ରଥ ୩୭୮ ନମ୍ବର ସ୍ଥାନ...

ପୁରୀରେ ହବିଷ୍ୟାଳୀ ମା’ ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ସୁବିଧା ଅସୁବିଧା ବୁଝିଲେ

ପୁରୀ,୨୦ା୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ରାଜ୍ୟର ବିଭିନ୍ନ ଜିଲାରୁ ପୁରୀରେ କାର୍ତ୍ତିକ ବ୍ରତ କରିବାକୁ ଆସିଥିବା ହବିଷ୍ୟାଳୀ ମା’ ମାନଙ୍କୁ ବ୍ରତ ସରଞ୍ଜାମ...

ଲକ୍ଷ୍ମୀପୂଜା ଦେଖି ଫେରୁଥିଲେ: ହାତୀ ହାବୁଡ଼ରେ ପଡ଼ିଗଲେ ଦୁଇ ଯୁବକ

ସୁନ୍ଦରଗଡ଼,୨୦ା୧୦(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ବନାଞ୍ଚଳ ତଥା ହାତୀବାରି ଥାନା ଅଧୀନ କନ୍ଦରକେଲା ପଞ୍ଚାୟତ ବାଉଁଶଯୋର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ...

ଶାଶୂଘରେ ରହି ପାଇଲି ଓଏଏସ୍‌

ପାଇକମାଳ,୨୦।୧୦(ବଡ ଶତପଥୀ): ବରଗଡ଼ ଜିଲା ପାଇକମାଳର ବୋହୁ ତଥା ନୟନ ମେହେରଙ୍କ ସ୍ତ୍ରୀ ଡଲି ମେହେର ଓପିଏସ୍‌ସି ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଛନ୍ତି। ଶନିବାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri