ଆସିନି ଭିସେରା ରିପୋର୍ଟ: ସୁଶାନ୍ତଙ୍କୁ ବିଷ ଦେବା ପରେ ପଙ୍ଖାରେ ଝୁଲାଇ ଦିଆଯାଇଛି କି?

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ନୂଆ ନୂଆ ଯୁକ୍ତି ଉପସ୍ଥାପନ କରାଯାଉଛି। ଏହି କ୍ରମରେ ଭାଜପା ଏମ୍ପି ସୁବ୍ରମଣ୍ୟମ ସ୍ବାମୀ ଭିନ୍ନ ଏକ ପ୍ରଶ୍ନ ପଚାରିଛନ୍ତି। ସୁଶାନ୍ତଙ୍କୁ ପ୍ରଥମେ ବିଷ ଦିଆଯିବା ପରେ ରଶି ଲଗାଯାଇଛି କି? ବୋଲି ସେ ପ୍ରଶ୍ନ କରିଛନ୍ତି। ଏକ ଟୁଇଟ୍‌ କରି ସେ କହିଛନ୍ତି, କପର ହସ୍ପିଟାଲର ଡାକ୍ତରମାନେ ଏଯାବତ ଭିସେରା ରିପୋର୍ଟ ଦେଇନାହାନ୍ତି। ତେବେ କ’ଣ ତାଙ୍କୁ ପ୍ରଥମେ ବିଷ ଦିଆଯାଇଛି ଏବଂ ପରେ ତାଙ୍କୁ ଫାଶିରେ ଝୁଲାଇଦିଆଯାଇଛି କି? ପୂର୍ବରୁ ମଧ୍ୟ ସୁବ୍ରମଣ୍ୟମ ମୋଦିଙ୍କୁ ପତ୍ର ଲେଖି ଚର୍ଚ୍ଚାକୁ ଆସିଥିଲେ। ସେ ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ଯାଞ୍ଚ ହେଉ ବୋଲି ସେ ଦାବି କରିଛନ୍ତି।
Share