Categories: ଖେଳ

ସୁବ୍ରତ କପ୍‌ ଫୁଟ୍‌ବଲ ୧୯ରୁ

ନୂଆଦିଲ୍ଲୀ, ୧୩ା୯ (ପି.ଟି.): ସୁବ୍ରତ କପ୍‌ ଇଣ୍ଟରନ୍ୟାଶନାଲ ଫୁଟ୍‌ବଲ ଟୁର୍ନାମେଣ୍ଟର ଆସନ୍ତା ସଂସ୍କରଣ ପାଇଁ ଆୟୋଜକ ସହର ତାଲିକାରେ ବେଙ୍ଗାଲୁରୁକୁ ସାମିଲ କରାଯାଇଛି। ସର୍ବପୁରାତନ ଜାତୀୟ ଆନ୍ତଃ-ସ୍କୁଲ ଫୁଟ୍‌ବଲ ଟୁର୍ନାମେଣ୍ଟ ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୨୩ ପର୍ଯ୍ୟନ୍ତ ତିନୋଟି ଭେନ୍ୟୁରେ ଅନୁଷ୍ଠିତ ହେବ। ପୂର୍ବରୁ ଏହା ଦିଲ୍ଲୀ ଓ ଗୁରୁଗ୍ରାମରେ ଖେଳାଯାଉଥିଲା। ଅନ୍ୟପକ୍ଷରେ ୧୭ରୁ ବର୍ଷରୁ କମ୍‌ ଜୁନିୟର ବାଳକ ଓ ବାଳିକା ଟୁର୍ନାମେଣ୍ଟ ଦିଲ୍ଲୀ ଏନ୍‌ସିଆରରେ ହେବ। ୧୪ବର୍ଷରୁ କମ୍‌ ସବ୍‌ଜୁନିୟର ବାଳକ ପ୍ରତିଯୋଗିତାରେ ଏଏସ୍‌ସି ସେଣ୍ଟର, ଏୟାରଫୋର୍ସ ସେଣ୍ଟର, ଜାଲାହାଲି ଏବଂ ବେଙ୍ଗାଲୁରୁର ୟେହାଲାଙ୍କାସ୍ଥିତ ଏୟାର ଫୋର୍ସ ସ୍କୁଲରେ ଖେଳାଯିବ। ଦିଲ୍ଲୀ-ଏନ୍‌ସିଆରରେ ମ୍ୟାଚଗୁଡ଼ିକ ଆମ୍ବେଦକର ଷ୍ଟାଡିୟମ, ତେଜସ ଫୁଟ୍‌ବଲ ଗ୍ରାଉଣ୍ଡ (ଦିଲ୍‌ଲୀ), ସୁବ୍ରତ ଫୁଟ୍‌ବଲ ଗ୍ରାଉଣ୍ଡ (ଦିଲ୍ଲୀ) ଓ ଜିଡି ଗୋଏଙ୍କା ସ୍କୁଲ(ଗୁୁରୁଗ୍ରାମ୍‌)ଠାରେ ଖେଳାଯିବ। ୨୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ତିନୋଟି କାଟେଗୋରିରେ ମୋଟ ୧୦୯ଟି ଦଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ବାଂଲାେଦେଶ ଓ ନେପାଳର ମଧ୍ୟ କେତୋଟି ଦଳ ଏଥିରେ ଭାଗ ନେବେ। ଏଥିରେ ୧୮୦ରୁ ଅଧିକ ମ୍ୟାଚ ଖେଳାଯିବ।

Share