ମୁମ୍ବାଇ,୨୨।୧୧: ସାହାରା ମୁଖ୍ୟ ସୁବ୍ରତ ରୟଙ୍କ ପାଇଁ ପୁଣିଥରେ ଅଡୁଆ ବଢିପାରେ ବୋଲି ସୂଚନା ମିଳିଛି। ସୁରକ୍ଷା ଏବଂ ବିନିମୟ ବୋର୍ଡ ପକ୍ଷରୁ ସୁପ୍ରିମକୋର୍ଟରେ ତାଙ୍କ ବିରୋଧରେ ପିଟିଶନ କରାଯାଇଛି। ଏହି ମାମଲାରେ ସୁବ୍ରତ ପ୍ରାୟ ୬୩ ହଜାର କୋଟି ଟଙ୍କା ଦାଖଲ ନ କଲେ ସେ ଆଉଥରେ ଜେଲ ଯାଇପାରନ୍ତି । ସୁବ୍ରତ ଜେଲରେ ଥିବାବେଳେ କୋର୍ଟଙ୍କୁ ସମସ୍ତ ଅର୍ଥ ପରିଶୋଧର ପ୍ରତିଶ୍ରୁତି ଦେଇ ପାରୋଲରେ ଆସିଥିଲେ। ତେବେ ପାରୋଲରେ ଆସିବା ପରେ ୧୫ ହଜାର କୋଟି ଟଙ୍କା ପରିଶୋଧ କରିଥିବା ଜଣାପଡ଼ିଛି।