ସୁବ୍ରତୋ ବାଗ୍‌ଚୀ ଅନୁଷ୍ଠାନ ଦକ୍ଷତା ବୃଦ୍ଧି ମୁଖ୍ୟ ପରାମର୍ଶଦାତା ନିଯୁକ୍ତ

ଭୁବନେଶ୍ୱର,୪ା୮(ଅନିଲ ଦାସ): ସୁବ୍ରତୋ ବାଗ୍‌ଚୀଙ୍କୁ ରାଜ୍ୟ ସରକାରଙ୍କ ଅନୁଷ୍ଠାନ ଦକ୍ଷତା ବୃଦ୍ଧି(ଇନ୍‌ଷ୍ଟିଚ୍ୟୁଶନାଲ କାପାସିଟି ବିଲ୍‌ଡିଂ)ର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ଏହି ନିଯୁକ୍ତି ପରେ ବାଗ୍‌ଚୀଙ୍କୁ କ୍ୟାବିନେଟ ପାହ୍ୟା ର଼୍ୟାଙ୍କ୍‌ ପ୍ରଦାନ କରାଯାଇଛି। ନୂଆ ନିଯୁକ୍ତି ପରେ ସେ ରାଜ୍ୟରେ ଥିବା ସମସ୍ତ ପ୍ରଶାସନିକ ସେବା ପ୍ରଶିକ୍ଷଣ ଅନୁଷ୍ଠାନଗୁଡିକ ପାଇଁ କାର୍ଯ୍ୟ କରିବେ। ଅନୁଷ୍ଠାନଗୁଡ଼ିକର ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ସହ ଏହାକୁ ବିଶ୍ୱସ୍ତରୀୟ କରିବା ଦିଗରେ କାର୍ଯ୍ୟ କରିବେ। ସେ ଏହି ଅନୁଷ୍ଠାନଗୁଡ଼ିକ ଜରିଆରେ ଉଭୟ ପ୍ରଶାସନିକ ସେବାକୁ ଆସୁଥିବା ପ୍ରାର୍ଥୀ ଓ ଅଧିକାରୀମାନଙ୍କ ଦକ୍ଷତା ବୃଦ୍ଧି କରିବା ଦିଗରେ ମାର୍ଗଦର୍ଶନ କରିବେ।
ଏଠାରେ ଉଲ୍ଲେଖଯୋଗ୍ୟ ବାଗ୍‌ଚୀ ଏହା ପୂର୍ବରୁ ରାଜ୍ୟ ସରକାରଙ୍କ ଓଡ଼ିଶା ଦକ୍ଷତା ବିକାଶ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିଲେ। ସେ ୨୦୨୩ ଜୁନ୍‌ ୩୦ ତାରିଖରେ ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଥିଲେ।

Share