ଓଏସ୍‌ଡିଏ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସୁବ୍ରତ ବାଗଚୀ, ଅଳକା ମିଶ୍ରଙ୍କୁ ନୂଆ ନିଯୁକ୍ତି

ଭୁବନେଶ୍ବର,୨୯।୬(ଅନିଲ ଦାସ): ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ(ଓଏସ୍‌ଡିଏ) ଅଧ୍ୟକ୍ଷ ପଦରୁ ସୁବ୍ରତ ବାଗ୍‌ଚୀ ଇସ୍ତଫା ଦେଇଛନ୍ତି। ବାଗ୍‌ଚୀ ଟୁଇଟ କରି ନିଜେ ଏହି ସୂଚନା ଦେଇଛନ୍ତି। ତାଙ୍କ ସ୍ଥାନରେ ୱାଲର୍ଡ ସ୍କିଲ ସେଣ୍ଟରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଅଳକା ମିଶ୍ରଙ୍କୁ ନୂଆ ନିଯୁକ୍ତି ମିଳିଛି। ଟୁଇଟ କରି ବାଗ୍‌ଚୀ କହିଛନ୍ତି, ୭ବର୍ଷ ଧରି ଅଧ୍ୟକ୍ଷ ପଦରେ ରହିବା ପରେ ନିଜର ବ୍ୟକ୍ତିଗତ କାରଣରୁ ପଦ ଛାଡୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ଉପରେ ଭରସା କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଉଛି।

 

Share