ନୂଆଦିଲ୍ଲୀ,୧୪।୪: ଆମ ଆଦମୀ ପାର୍ଟି(ଏଏପି)ର ଦିଲ୍ଲୀ ସରକାର ଲୋକଙ୍କୁ ଦେଉଥିବା ଫ୍ରି ବିଜୁଳି ସବସିଡି ଉପରେ ରୋକ ଲଗାଇବାକୁ ଘୋଷଣା କରିଛି। ଶକ୍ତି ମନ୍ତ୍ରୀ ଆତିଶି ଶୁକ୍ରବାର ଏହି ସୂଚନା ଦେଇ କହିଛନ୍ତି, ଆଜିଠାରୁ ଦିଲ୍ଲୀବାସୀଙ୍କୁ ଦିଆଯାଉଥିବା ସବସିଡି ବାଲା ବିଜୁଳି ବନ୍ଦ କରି ଦିଆଯିବ। ଅର୍ଥାତ୍ ଆସନ୍ତା କାଲିଠାରୁ ସବସିଡି ବାଲା ବିଜୁଳି ଆଉ ମିଳିବ ନାହିଁ।
ଏହାର କାରଣ ଦର୍ଶାଇ ଆତିଶି କହିଛନ୍ତି, ଫ୍ରି ସବସିଡି ବିଜୁଳି ବନ୍ଦ କରି ଦିଆଯାଇଛି। କାରଣ ଏଏପି ସରକାର ଆସନ୍ତା ବର୍ଷ ପାଇଁ ସବସିଡି ଜାରି ରଖିବାକୁ ନିର୍ଣ୍ଣୟ ନେଇଥିଲେ। ହେଲେ ଏହି ଫାଇଲ ଏବେ ଦିଲ୍ଲୀର ଏଲଜିଙ୍କ ପାଖରେ ରହିଛି। ଯେପର୍ଯ୍ୟନ୍ତ ଫାଇଲ ନ ଫେରିଛି ସେପର୍ଯ୍ୟନ୍ତ ଏଏପି ସରକାର ସବସିଡି ବାଲା ବିଜୁଳି ଦେଇପାରିବେ ନାହିଁ। ଏଏପିର ଏହି ନିଷ୍ପତ୍ତି ଦିଲ୍ଲୀବାସୀଙ୍କ ପାଇଁ କୌଣସି ବଡ ଝଟକାଠାରୁ କମ ନୁହେଁ।