ଅନୁଦାନ ଫେରୁଛି, ହୋଇପାରୁନି ଏସ୍‌ଟିପି ପ୍ଲାଣ୍ଟ

ରାଉରକେଲା,୧୧।୨(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ସହରର କୋଏଲନଗର ଓ ବନ୍ଧମୁଣ୍ଡା ହେଉଛି ଜନସଂଖ୍ୟା ବହୁଳ ଅଞ୍ଚଳ। ଏହି ଅଞ୍ଚଳରୁ ପ୍ରତ୍ୟେକ ଦିନ ହଜାର ହଜାର ଲିଟର ଅପଶିଷ୍ଟ ବର୍ଜ୍ୟଜଳ ବିଶୋଧିତ ହୋଇ ନ ପାରି ନାଳ ମାଧ୍ୟମରେ ସିଧାସଳଖ କୋଏଲ ଓ ବ୍ରାହ୍ମଣୀ ନଦୀରେ ମିଶୁଛି। ଏସ୍‌ଟିପି ପ୍ଲାଣ୍ଟ ସ୍ଥାପନ ହୋଇ ନ ଥିବାରୁ ଏହି ଉଭୟ ଅଞ୍ଚଳରୁ ନିଷ୍କାସିତ ବର୍ଜ୍ୟଜଳ ସହର ଉପକଣ୍ଠ ନଦୀକୁ ପ୍ରଦୂଷିତ କରୁଛି।
ସୂଚନା ଅନୁସାରେ, ୨୦୧୬-୧୭ରେ ରାଉରକେଲାରେ ସ୍ବିରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ (ଏସ୍‌ଟିପି) ସ୍ଥାପନ ପାଇଁ ରାଉରକେଲା ଓ କୋଏଲ ନଗରକୁ ଅନ୍ତର୍ଭୁକ୍ତ କରାଗଲା। ରାଉରକେଲା ସହରାଞ୍ଚଳ ପାଇଁ ବାଲୁଘାଟରେ ଏସ୍‌ଟିପି-୩ ଓ କୋଏଲ ନଗରରେ ଏସ୍‌ଟିପି-୧ ସ୍ଥାପନ ପାଇଁ ଧାର୍ଯ୍ୟ ହେଲା। ରାଉରକେଲା ସହାରାଞ୍ଚଳ ଏସଟିପି-୩ ଲାଗି ରାଉରକେଲା ରାଜସ୍ବ ବିଭାଗ ତରଫରୁ ବାଲୁଘାଟରେ ଜମି ବନ୍ଦୋବସ୍ତ ହେଲା। କୋଏଲ ନଗର ଏସ୍‌ଟିପି-୧ ପାଇଁ ଆରଏସପି ପକ୍ଷରୁ କୋଏଲ ନଗରରେ ୪ଏକର ଜମି ବନ୍ଦୋବସ୍ତ କରାଗଲା। ମାତ୍ର କୋଏଲ ନଗରରେ ରହୁଥିବା ବିସ୍ଥାପିତ ଲୋକମାନେ ସେମାନଙ୍କ ସ୍ଥାୟୀ ଥଇଥାନ ନ ହେବା ଯାଏ କୋଏଲ ନଗରରେ ଏସ୍‌ଟିପି ସ୍ଥାପନ କରାଇଦେବୁ ନାହିଁ ବୋଲି ଜିଦରେ ଅଟଳ ରହିବାରୁ ତାହା ସ୍ଥାପନ ହୋଇପାରିଲା ନାହିଁ। ଇତିମଧ୍ୟରେ ଏସ୍‌ଟିପି-୩ ସ୍ଥାପିତ ହୋଇସାରିଛି। ମାତ୍ର ଦୀର୍ଘବର୍ଷ ପରେ ମଧ୍ୟ ସ୍ବିରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ଏସ୍‌ଟିପି କୋଏଲ ନଗର-୧ ଓ ବନ୍ଧମୁଣ୍ଡା ଏସ୍‌ଟିପି-୨ ଏଯାଏ ଆରମ୍ଭ ହୋଇନାହିଁ। ବନ୍ଧମୁଣ୍ଡାରେ ୯ ଏମ୍‌ଏଲ୍‌ଡି କ୍ଷମତା ବିଶିଷ୍ଟ ଏସ୍‌ଟିପି-୨ ବିସ୍ତୃତ ଯୋଜନା ଡିପିଆରରେ ସାମିଲ ହୋଇଥିଲା। ଏଠାରେ ମଧ୍ୟ ରେଲଓ୍ବେ ଜମି ଜନିତ ବିବାଦ କାରଣରୁ ଆଇଆଇଏସ୍‌ରୁ ଟେଣ୍ଡର ପ୍ରକ୍ରିୟାକୁ ପୂର୍ବରୁ ହଟାଇ ଦିଆଗଲା। ୨୦୧୬-୧୭ ଆର୍ଥତ୍କ ବର୍ଷରେ ପ୍ରାୟ ୩୪୦.୧୯ କୋଟି ଟଙ୍କା ବ୍ୟୟରେ ୨୩୧କି.ମି ସ୍ବିରେଜ ପାଇପ ଲାଇନ ୮ଏମଏଲଡି ବିଶିଷ୍ଟ ଏସ୍‌ଟିପି-୧ ଏବଂ ୪୦ଏମ୍‌ଏଲଡି କ୍ଷମତା ବିଶିଷ୍ଟ ଏସ୍‌ଟିପି-୩ ପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିଲା। ମାତ୍ର ଜମି ସମସ୍ୟା ଯୋଗୁ ତକତ୍ାଳୀନ ଜଳପୂର୍ତ୍ତି ବିଭାଗ ଓ ସ୍ବରେଜ ବୋର୍ଡ (ଓଡବ୍ଲ୍ୟୁଏସ୍‌ଏସ୍‌ବି) କୋଏଲନଗର ଜଳଗ୍ରହଣ କ୍ଷେତ୍ର ପାଇଁ ଏସଟିପି-୧ର ସ୍ବେରେଜ ଲାଇନ ସଂଯୋଗକୁ ହଟାଇ ଦେଲେ। ଫଳରେ କୋଏଲ ନଗର ଅଞ୍ଚଳରେ ବର୍ତ୍ତମାନ ଆରଏମ୍‌ସି ପକ୍ଷରୁ ପୁରୁଣା ସ୍ବେରେଜ ସିଷ୍ଟମ ମାଧ୍ୟମରେ ବର୍ଜ୍ୟଜଳ ନିଷ୍କାସନ କାର୍ଯ୍ୟ ହେଉଛି। ଆର୍‌ଏମ୍‌ସି ପକ୍ଷରୁ କୋଏଲ ନଗରରୁ ଅପଶିଷ୍ଟ ଜଳକୁ ବୃହତ ପ୍ଲାଷ୍ଟିକ ଟାଙ୍କିରେ ଜମା କରାଯାଏ ଏବଂ ପରେ ସେସ୍‌ ପୁଲ ବାହାନରେ ୪୦ହଜାର ଲିଟର କ୍ଷମତା ବିଶିଷ୍ଟ ସ୍ବେରେଜ ଉପଚାର କେନ୍ଦ୍ରକୁ ନିଆଯାଏ। ଏହା ବ୍ୟତିରେକ କୋଏଲ ନଗରରୁ ନିର୍ଗତ ବଳକା ବର୍ଜ୍ୟ ଜଳ ନାଳ ଦ୍ୱାରା କୋଏଲ ନଦୀରେ ମିଶୁଛି।
ଉଲେଖନୀୟ, ବାଲୁଘାଟରେ ୧୮୫ କି.ମି ଲମ୍ବ ବିଶିଷ୍ଟ ସ୍ବେରେଜ ଲାଇନ ଏସ୍‌ଟିପି-୩ ବାଲୁଘାଟ ୨୦୨୧ ଫେବୃଆରୀରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା। ଏହାଦ୍ୱାରା ୧୨ହଜାର ଘରକୁ ସ୍ବେରେଜ ସିଷ୍ଟମରେ ଯୋଡିବାକୁ ଲକ୍ଷ୍ୟଧାର୍ଯ୍ୟ ଥିଲା। ମାତ୍ର ଦୀର୍ଘ ୩ ବର୍ଷ ପରେ ମଧ୍ୟ ଧାର୍ଯ୍ୟ ସଂଖ୍ୟାରୁ ମାତ୍ର ୫୦ପ୍ରତିଶତ ଘରକୁ ଏସ୍‌ଟିପି-୩ ସହ ସ୍ବେରେଜ ପାଇପ ସଂଯୋଗ ହୋଇପାରିଛି। ଫଳରେ ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ ନଦୀ ପ୍ରଦୂଷିତ ହେଉଛି। ବୃଦ୍ଧି ପାଉଥିବା ପ୍ରଦୂଷଣ ରୋକିବା ଲାଗି ଏସ୍‌ଟିପି ପ୍ଲାଣ୍ଟ ଜରୁରୀ ଥିବାବେଳେ ଏଥିଲାଗି କୋଟି କୋଟି ଟଙ୍କାର ଅନୁଦାନ ମଧ୍ୟ ଆସୁଛି। ମାତ୍ର ଜମି ସମସ୍ୟା ଓ ବିସ୍ଥାପିତଙ୍କୁ ଉପଯୁକ୍ତ ନ୍ୟାୟ ମିଳୁ ନ ଥିବାରୁ ଅନୁଦାନ ଫେରିଯାଉଛି। ଏ ନେଇ ରାଉରକେଲା ଓ୍ବାଟ୍‌କୋ ସ୍ବେରେଜ ବିଭାଗ ମହାପ୍ରବନ୍ଧକ ବି. କେ. ଡାକୁଆ କୁହନ୍ତି, କୋଏଲ ନଗର ଏସ୍‌ଟିପି ପ୍ଲାଣ୍ଟ ସ୍ଥାପନ ହେଲେ କୋଏଲ ନଗର ଅଞ୍ଚଳରୁ ନିର୍ଗତ ଅପଶିଷ୍ଟ ବର୍ଜ୍ୟଜଳ ସହଜରେ ବିଶୋଧିତ ହୋଇପାରନ୍ତା। ଆର୍‌ଏମ୍‌ସି ତରଫରୁ ହେଉଥିବା ଯାନ, ଡିଜେଲ ଓ ବିଦ୍ୟୁତ ଜନିତ ଖର୍ଚ୍ଚରେ ମଧ୍ୟ ଅଙ୍କୁଶ ଲାଗନ୍ତା। ମାତ୍ର ଜମି ସମସ୍ୟା ଯୋଗୁ ଏସ୍‌ଟିପି ପ୍ଲାଣ୍ଟ ସ୍ଥାପନ ହୋଇନାହିଁ ବୋଲି ଡାକୁଆ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Russia Ukraine War: ରୁଷିଆ-ୟୁକ୍ରେନକୁ ଅଲଟିମେଟମ ଦେଲେ ଟ୍ରମ୍ପ, କିଛି ସପ୍ତାହ ମଧ୍ୟରେ ଚୁକ୍ତି ନ ହେଲେ…

ଓ୍ବାଶିଂଟନ,୧୮।୪: ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ନେବା ପରେ, ଟ୍ରମ୍ପଙ୍କ ନିଷ୍ପତ୍ତି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧବିରତି ସୃଷ୍ଟି କରିବ ବୋଲି ମନେ ହେଉଥିଲା।...

ପାତାଳି ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ପ୍ରସ୍ତୁତି

ଅମରପାଲି,୧୮ା୪(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ପ୍ରସିଦ୍ଧ ପାତାଳୀ ଶ୍ରୀକ୍ଷେତ୍ରରେ ରଥ ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପାତାଳୀ ଟ୍ରଷ୍ଟ ସାଧାରଣ ସମ୍ପାଦକ...

୨୬ରେ ଡାଇମଣ୍ଡ ଲିଗ୍‌: ଭାଗନେବେ ସାବ୍‌ଲେ

ନୂଆଦିଲ୍ଲୀ୧୮ା୪: ଜାତୀୟ ରେକର୍ଡଧାରୀ ୩୦୦୦ ମିଟର ଷ୍ଟିପଲଚେଜର ଅବିନାଶ ସାବ୍‌ଲେ ଏପ୍ରିଲ ୨୬ରେ ଚାଇନାର ଜିଆମେନ୍‌ଠାରେ ହେବାକୁଥିବା ସିଜନ ଓପନିଂ ଡାଇମଣ୍ଡ ଲିଗ୍‌ ମିଟିଂରେ ଅଂଶଗ୍ରହଣ...

ବନାଞ୍ଚଳରେ ବେଧଡ଼କ ଚାଲିଛି ଜଙ୍ଗଲ କଟା, ବନବିଭାଗ ଚୁପ୍‌

ଦାରିଙ୍ଗବାଡ଼ି,୧୮ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳରେ ବେଧଡ଼କ ଚାଲିଛି ଜଙ୍ଗଲ କଟା। ଏବେ ଚାରିଆଡ଼େ ଜଙ୍ଗଲ ଏକ ପ୍ରକାର ବିପଦରେ ପଡ଼ିଥିବାବେଳେ ବନାଞ୍ଚଳର କର୍ମଚାରୀ...

Dilip Ghosh: ୬୦ ବର୍ଷ ବୟସରେ ବିବାହ କରିବେ ଭାଜପା ନେତା, ଧରିବେ ଦଳୀୟ ସହଯୋଗୀଙ୍କ ହାତ

କୋଲକାତା,୧୮।୪: ପଶ୍ଚିମବଙ୍ଗର ପୂର୍ବତନ ଭାଜପା ସଭାପତି ଦିଲୀପ ଘୋଷ ୬୦ବର୍ଷ ବୟସରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସେ ତାଙ୍କର ଭାଜପା ସହଯୋଗୀ ରିଙ୍କୁ...

Athiya Shetty Baby Girl Name: ଝିଅର ନାମକରଣ କଲେ ରାହୁଲ-ଆଥିୟା, ଶୁଣୁଶୁଣୁ ଅନୁଷ୍କା କଲେ କମେଣ୍ଟ

ମୁମ୍ବାଇ: ଆଥିୟା ଶେଟ୍ଟୀ ଏବଂ କେଏଲ ରାହୁଲଙ୍କ ଘରେ ଖୁସି ଆସିଛି। Athiya ୨୪ ମାର୍ଚ୍ଚରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଝିଅର ଜନ୍ମ...

ଘୋଷଣା ହେଲା ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପାର୍ଥିଙ୍କ ନାମ! RJD ଏମପି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୮।୪: ଗୁରୁବାର ପାଟନାର ଆରଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ମହାମେଣ୍ଟର ବୈଠକରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥିଙ୍କ ସମ୍ପର୍କରେ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ। କିନ୍ତୁ, ବୈଠକରେ ଯୋଗ...

ବନ୍ଧୁକ ଛାଡ଼ିଲେ ୨୨ ମାଓବାଦୀ

ସୁକମା,୧୮।୪: ଦିନକୁ ଦିନ ଭୁଷୁଡୁଛି ମାଓବାଦୀଙ୍କ ଗଡ଼। ବନ୍ଧୁକ ଛାଡି ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ। ଶୁକ୍ରବାର ଛତିଶଗଡ଼ ସୁକୁମା ପୋଲିସ ନିକଟରେ ୨୨ ମାଓବାଦୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image