Categories: ଜାତୀୟ

ଏଲ୍‌ପିଜି ସିଲିଣ୍ଡର ଉପରେ ଏଣିକି ମିଳିପାରେ ସବ୍‌ସିଡି

ନୂଆଦିଲ୍ଲୀ,୧୭ା୫: କର୍ନାଟକ ନିର୍ବାଚନରେ ଦେଖାଯାଇଥିବା ମୁଦ୍ରାସ୍ଫୀତିର ପ୍ରଭାବକୁ ଦୃଷ୍ଟିରେ ରଖି ସରକାର ଖୁଚୁରା ମୁଦ୍ରାସ୍ଫୀତିକୁ ସବୁ ମୂଲ୍ୟରେ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି। କାରଣ ଚଳିତ ବର୍ଷ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଭଳି ପ୍ରମୁଖ ରାଜ୍ୟରେ ନିର୍ବାଚନ ହେବ। ଯେଉଁଠାରେ ବିରୋଧୀ ପୁଣି ଥରେ ସିଲିଣ୍ଡର ମୂଲ୍ୟ ଏବଂ ସାଧାରଣ ମୁଦ୍ରାସ୍ଫୀତି ପ୍ରସଙ୍ଗ ଉଠାଇ ପାରନ୍ତି।

ଏହାକୁ ଦୃଷ୍ଟିରେ ରଖି ପେଟ୍ରୋଲ ଏବଂ ଡିଜେଲର ଖୁଚୁରା ମୂଲ୍ୟ ହ୍ରାସ କରିବା ନେଇ ସରକାର ଚିନ୍ତା କରୁଛନ୍ତି। କିନ୍ତୁ ଏହା କେବେ ହ୍ରାସ ହେବ ସେନେଇ ଅନିଶ୍ଚିତତା ରହିଛି। ସେହିଭଳି ରୋଷେଇ ପାଇଁ ଘରେ ବ୍ୟବହୃତ ଏଲ୍‌ପିଜି ସିଲିଣ୍ଡର ଉପରେ ସବ୍‌ସିଡି ପୁଣି ଥରେ ଆରମ୍ଭ କରାଯିବାର ସମ୍ଭାବନା ରହିଛି।

Share