ଉପଚେତାବନୀ

୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ଭାଜପା) କେନ୍ଦ୍ରରେ ଏକାକୀ ସରକାର ଗଠନ କରିବାର ଆସ୍ପର୍ଦ୍ଧା ଦେଖାଇଥିଲା। ନିଜେ ୩୭୦ ଏବଂ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ‘୪୦୦ ପାର୍‌’ କରିବ ବୋଲି ଚିତ୍କାର କରୁଥିଲା। କିନ୍ତୁ ଏନ୍‌ଡିଏ ୨୯୨ରେ ଅଟକିଗଲା, ଯେଉଁଥିରେ ଭାଜପା ୩୭୦ ପରିବର୍ତ୍ତେ ୨୪୦ରେ ସୀମିତ ରହିଲା। ନିକଟରେ ବ୍ରିଟେନ୍‌ ପାର୍ଲାମେଣ୍ଟ ପାଇଁ ହୋଇଥିବା ନିର୍ବାଚନର ଫଳାଫଳ ଆସିବା ପରେ ଲେବର ପାର୍ଟି ୪୦୦ରୁ ଅଧିକ ଆସନ ଜିତିଯିବା ପରିପ୍ରେକ୍ଷୀରେ କଂଗ୍ରେସ ନେତା ଶଶୀ ଥରୁର କୌତୂହଳରେ କହିଥିଲେ ‘୪୦୦ ପାର୍‌’ ଆଉ ଏକ ଦେଶରେ ଘଟିଲା। ବର୍ତ୍ତମାନ ଭାରତର ରାଜନୈତିକ ଦୃଶ୍ୟପଟକୁ ଦେଖିଲେ ଭାଜପା ସପକ୍ଷରେ ପୂର୍ବରୁ ଯେଉଁଭଳି ପବନ ବହୁଥିଲା, ତାହା ୨୦୨୪ ଲୋକ ସଭା ନିର୍ବାଚନ ପରେ ଧିମେଇ ଯାଇଛି। ଏହାର ସଦ୍ୟ ପ୍ରମାଣ ଲୋକ ସଭା ନିର୍ବାଚନ ପରେ ଜୁଲାଇ ୧୦ରେ ୭ ରାଜ୍ୟ ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ପଞ୍ଜାବ, ବିହାର ଓ ତାମିଲନାଡୁର ୧୩ଟି ବିଧାନସଭା ଆସନ ପାଇଁ ହୋଇଥିବା ପ୍ରଥମ ଉପନିର୍ବାଚନ ଫଳାଫଳରୁ ଜଣାପଡ଼ିଗଲା। ୧୩ ଜୁଲାଇରେ ଘୋଷଣା ହୋଇଥିବା ୧୩ ସିଟ୍‌ ମଧ୍ୟରୁ ଏନ୍‌ଡିଏ ମାତ୍ର ୨ଟି ସିଟ୍‌ ପାଇଥିବା ବେଳେ ୧୦ଟି ଆସନ ‘ଇଣ୍ଡିଆ ମେଣ୍ଟ’ ଓ ଗୋଟିଏରେ ସ୍ବାଧୀନ ପ୍ରାର୍ଥୀ ଜିତିଛନ୍ତି। ପାର୍ଟିଓ୍ବାରୀ ଦେଖିଲେ କଂଗ୍ରେସ ଓ ତୃଣମୂଳ କଂଗ୍ରେସ ୪ଟି ଲେଖାଏ ଆସନ ଜିତିଥିବା ବେଳେ ଭାଜପା ୨, ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ୧, ଡିଏମ୍‌କେ ୧ ଏବଂ ସ୍ବାଧୀନ ଗୋଟିଏ ଜିତିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଲୋକ ସଭା ନିର୍ବାଚନ ପୂର୍ବରୁ ହିମାଚଳ ପ୍ରଦେଶର ୩ ଜଣ ସ୍ବାଧୀନ ବିଧାୟକ ଭାଜପାରେ ଯୋଗ ଦେଇଥିଲେ। ସେମାନଙ୍କ ଆସନ ଖାଲି ହେବା ପରେ ହୋଇଥିବା ଉପନିର୍ବାଚନରେ ଭାଜପା ମାତ୍ର ଗୋଟିଏ ଜିତିବାରେ ସକ୍ଷମ ହୋଇଛି ଓ ଅନ୍ୟ ଦୁଇଟି କଂଗ୍ରେସ ଖାତାକୁ ଯାଇଛି। ଅନୁରୂପ ଭାବେ ପଶ୍ଚିମବଙ୍ଗରେ ମଧ୍ୟ ଭାଜପା ବଡ଼ ଧରଣର ଧକ୍‌କା ଖାଇଛି। ୩ ଜଣ ବିଧାୟକ ଭାଜପା ଛାଡ଼ି ଟିଏମ୍‌ସିରେ ଯୋଗ ଦେଇଥିଲେ। ଏହି ଉପନିର୍ବାଚନରେ ସେହିସବୁ ଆସନରେ ଟିଏମ୍‌ସି ଜିତିଛି। ବିହାରରେ ନୀତୀଶ କୁମାରଙ୍କ ଜେଡିୟୁ ପ୍ରାର୍ଥୀ ସ୍ବାଧୀନ ପ୍ରାର୍ଥୀଙ୍କଠାରୁ ହାରିଯାଇଛନ୍ତି।
ଉପରଲିଖିତ ସଂଖ୍ୟାକୁ ଦେଖିଲେ ଧୀରେ ଧୀରେ ଇଣ୍ଡିଆ ମେଣ୍ଟ ପ୍ରତି ଜନସମର୍ଥନ ବଢ଼ୁଥିବା ଲକ୍ଷ୍ୟ କରାଯାଉଛି। କାରଣ ଜନସାଧାରଣ ମନ୍ଦିର ପ୍ରତିଷ୍ଠା, ଦେଶପ୍ରେମ ପ୍ରଦର୍ଶନ ଅପେକ୍ଷା ନିଯୁକ୍ତି ସୁଯୋଗ ବୃଦ୍ଧି, ଦରଦାମ ହ୍ରାସ, ସ୍ବଚ୍ଛ ପରୀକ୍ଷା ପଦ୍ଧତି, ଉତ୍ତମ ସ୍ବାସ୍ଥ୍ୟସେବା ଏବଂ ଶକ୍ତିଶାଳୀ ସୁରକ୍ଷା ବ୍ୟବସ୍ଥା ଭଳି ବାସ୍ତବଧର୍ମୀ ପ୍ରସଙ୍ଗକୁ ଅଗ୍ରାଧିକାର ଦେଉଥିବା ପରି ମନେହେଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ମନ୍ଦିର, ଧାର୍ମିକ ବିଭେଦ ବିଷୟକୁ ଲୋକେ ଭୁଲିଗଲେଣି। ଏବେ ଏନ୍‌ଇଇଟି ସ୍କାମ୍‌, ପ୍ରବଳମାତ୍ରାରେ ଦରବୃଦ୍ଧି, କାଞ୍ଚନଜଙ୍ଘା ଏକ୍ସପ୍ରେସ୍‌ ଟ୍ରେନ୍‌ ଦୁର୍ଘଟଣା ଆଦି ବିଷୟ ଜନସାଧାରଣଙ୍କୁ ଅସ୍ଥିର କଲାଣି। ଏଥିସହିତ ଉପନିର୍ବାଚନ ପାଇଁ ବିଶେଷ ଭାବରେ ଉଦ୍ଦିଷ୍ଟ ଥିବା ଜରୁରିକାଳୀନ ପରିସ୍ଥିତି ସମ୍ପର୍କରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଲ୍ଲେଖ କରିବା, ବାଚସ୍ପତି ଓମ୍‌ ବିର୍ଲା ନିଜ ତରଫରୁ ମୋଶନ୍‌ ଆଗତ କରିବା ଏବଂ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଶାସକ ଦଳର ବହୁ ନେତା ବାରମ୍ବାର ଏ ବିଷୟରେ କହିବା ଫଳରେ ସାଧାରଣ ଭୋଟରଙ୍କ ମନରେ ଭାଜପା ପ୍ରତି ଏକ ନକାରାତ୍ମକ ଚିନ୍ତାଧାରା ସୃଷ୍ଟି ହୋଇଯାଇଥିବାର ପ୍ରତିଫଳନ ଏହି ଉପନିର୍ବାଚନ ଫଳାଫଳରୁ ଦେଖିବାକୁ ମିଳିଲା। ଏଥିରୁ ଉଭୟ ଶାସକ ଓ ବିରୋଧୀ ରାଜନୈତିକ ଦଳଗୁଡ଼ିକ ଶିକ୍ଷା ନେବା ଉଚିତ। ଭାରତର ଯୁବ ଭୋଟରଙ୍କୁ ଅର୍ଥ କିମ୍ବା ମିଥ୍ୟା ପ୍ରଚାରରେ ବାଟବଣା କରିବା ସମ୍ଭବପର ହେଉନାହିଁ ବୋଲି ଭାରତବ୍ୟାପୀ ପ୍ରମାଣ ମିଳୁଛି। ଅତୀତର ଘଟଣାଗୁଡ଼ିକୁ ନେଇ ଆଜିର ରାଜନୀତି ଓ ଶାସନକୁ ପରିଚାଳନା କରିବା ଉଦ୍ୟମରୁ ସମସ୍ତେ ବିରତ ରହିବା ଉଚିତ। କାରଣ ଗତକାଲିକୁ ଧରି ଆଜିର ପେଟ ପୂରିବା ଅସମ୍ଭବ ହୋଇପଡ଼ିଲାଣି। ସେଥିପାଇଁ ଆଜିର ଶାସକମାନଙ୍କୁ ଏହି ଉପନିର୍ବାଚନ ଫଳାଫଳ ଏକ ଚେତାବନୀ ଦିଶିବା ଦରକାର। ଧର୍ମ ଏବଂ ମନ୍ଦିର ଆଗରୁ ଘୋରି ହୋଇଯାଇଛି। ରାହୁଲଙ୍କୁ ‘ପପୁ’ କହିବାର ସମୟ ବିତିଗଲାଣି। କେବଳ କଂଗ୍ରେସର ପୁରୁଣା କାର୍ଯ୍ୟକୁ ନେଇ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରାଇବାର ସମୟ ମଧ୍ୟ ଗଡ଼ିଗଲାଣି। ଏବେକାର ଯୁବ ଭାରତୀୟ ଭୋଟର, ଉଭୟ ମହିଳା ଓ ପୁରୁଷ, ଆଜିର ଜୀବନର ସମସ୍ୟା ଏବଂ ଆବଶ୍ୟକତାକୁ ଶାସକମାନେ ବୁଝି ସେଗୁଡ଼ିକର ସମାଧାନ ଦିଗରେ ପଦକ୍ଷେପ ନିଅନ୍ତୁ ବୋଲି ଆଶା ବାନ୍ଧି ବସିଛନ୍ତି। ଅତୀତର ଦ୍ୱାହି ଦେଇ ଆଜିର ରାଜନୀତିରେ ତିଷ୍ଠିବା ଆଉ ସମ୍ଭବ ହେବ ନାହିଁ। ଭାଷଣ ଦେଲାବେଳକୁ ସମସ୍ତେ କହୁଛନ୍ତି ଭାରତ ଏକ ଯୁବ ଦେଶ। ହେଲେ ଲାଗୁଛି ତାହା କେବଳ ତାଙ୍କ ତୁଣ୍ଡରେ ସୀମିତ ରହିଯାଉଛି ଏବଂ ମାନସିକ ସ୍ତରରେ ସେହି ବାକ୍ୟର ଗଭୀର ଅର୍ଥ ବୁଝିବା ପାଇଁ ସାମର୍ଥ୍ୟ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଆଗକୁ ବଢୁଛି

ଚାଇନା ଆଗାମୀ କିଛିବର୍ଷ ମଧ୍ୟରେ, ସମ୍ଭବତଃ ୨୦୩୫ ସୁଦ୍ଧା ବିଶ୍ୱର ବୃହତ୍ତମ ଅର୍ଥ ବ୍ୟବସ୍ଥା ହେବ। ଏହାର ମୋଟ ଘରୋଇ ଉତ୍ପାଦ(ଜିଡିପି) ସେତେବେଳକୁ ଆମେରିକାଠାରୁ ଅଧିକ...

ଏଇ ଭାରତରେ

ଦିବ୍ୟାଙ୍ଗଙ୍କୁ ସଶକ୍ତ କରିବା ସହ ସେମାନଙ୍କୁ ରୋଜଗାର ଦେବାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଉଦାହରଣ ସୃଷ୍ଟି କରିଛନ୍ତି। ୧୦୦ରୁ ଅଧତ୍କ ଦିବ୍ୟାଙ୍ଗ ସେମାନଙ୍କ ସମୁଦାୟ ପାଇଁ...

ସାମାଜିକ ଜୀବନରେ ଚାପଗୋଷ୍ଠୀର ଭୂମିକା

ଅଲେଖ ଚନ୍ଦ୍ର ମିଶ୍ର ପ୍ରଖ୍ୟାତ ଗ୍ରୀକ୍‍ ଦାର୍ଶନିକ ଆରିଷ୍ଟଟଲଙ୍କ ଭାଷାରେ ମଣିଷ ଏକ ସାମାଜିକ ପ୍ରାଣୀ। ସମାଜରେ ତାର ଜନ୍ମ, ସମାଜରେ ସ୍ଥିତି ଏବଂ ସମାଜରେ...

କେତେ ସୁରକ୍ଷିତ ବୋତଲ ପାଣି

ଡ. ଜୟକୃଷ୍ଣ ପାଣିଗ୍ରାହୀ ଜଳ ହେଉଛି ସଜୀବ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଏବଂ ସୁରକ୍ଷିତ ଜଳ ସେବନ ସ୍ବାସ୍ଥ୍ୟରକ୍ଷା ନିମନ୍ତେ ଅତ୍ୟନ୍ତ ଜରୁରୀ। ତେବେ...

Dillip Cherian

ଖୋଲା ବିଦ୍ରୋହ

ପଶ୍ଚିମବଙ୍ଗ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତି ପାଇଁ ତାହାର ଏକ ନିଜସ୍ବ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛି। ଏହା ଆଉ ଏକ ପ୍ରଶାସନିକ ପ୍ରକ୍ରିୟାକୁ ସୂଚିତ...

ଜଳବାୟୁ ପରିବର୍ତ୍ତନ ଓ ପ୍ରବାସନ

ଜଳବାୟୁ ପରିବର୍ତ୍ତନ ପ୍ରଭାବିତ ପ୍ରବାସନ ଏକ ନୂତନ ସମସ୍ୟା। ୧୯୭୬ ମସିହାରେ ଲେଷ୍ଟର୍‌ ବ୍ରାଉନ ପ୍ରଥମେ ପରିବେଶୀୟ ‘ଶରଣାର୍ଥୀ’ ଶବ୍ଦ ବାହାର କରିଥିଲେ। ୧୯୮୫ରେ ଏସାମ...

ଟେକ୍‌ କମ୍ପାନୀର ଏକଚାଟିଆ କ୍ଷମତା

ବୃହତ୍‌ ଟେକ୍‌ କମ୍ପାନୀଗୁଡ଼ିକର ଆମେରିକା ରାଷ୍ଟ୍ରପତିଙ୍କ ଅଧୀନରେ ଥିବା ପ୍ରଶାସନିକ ପ୍ରକ୍ରିୟା ଏବଂ ସାଧନଗୁଡ଼ିକ ଉପରେ ବ୍ୟାପକ ହସ୍ତକ୍ଷେପ ଆମେରିକାରେ ଏକ ନୂତନ ବିପଜ୍ଜନକ କ୍ଷମତାର...

ସୁଗ୍ରୀବଙ୍କ ମାନଚିତ୍ରରେ ଭାରତ

ବାଲ୍ମୀକି ରାମାୟଣରେ ଏକ କାହାଣୀ ଅଛି ଯାହା ୩୦୦୦ ବର୍ଷ ପୂର୍ବର ହୋଇପାରେ। କିନ୍ତୁ ୨୦୦୦ ବର୍ଷ ପୂର୍ବେ ବିଭିନ୍ନ ଲେଖକ ଏଥିରେ ଅନେକ କଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image