Categories: ଜାତୀୟ

ସୁରକ୍ଷାବାହିନୀକୁ ସଫଳତା: ୪ ଆତଙ୍କବାଦୀ ନିହତ

ଶ୍ରୀନଗର,୧୮।୭: ଜମ୍ମୁ କଶ୍ମୀରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ପୁଞ୍ଚର ସିନ୍ଧ୍ରା ଅଞ୍ଚଳରେ ମିଳିତ ଅପରେଶନରେ ଚାରି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।
ଭାରତୀୟ ସେନା ଅଧିକାରୀଙ୍କ ସଚନାନୁସାରେ, ମଙ୍ଗଳବାର ସକାଳେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଭାରତୀୟ ସେନା ସ୍ପେଶାଲ ଫୋର୍ସ, ରାଷ୍ଟ୍ରିୟ ରାଇଫଲ୍ସ ଏବଂ ଜମ୍ମୁ କଶ୍ମୀର ପୋଲିସ କର୍ମଚାରୀମାନେ ଏହି ଅପରେଶନରେ ଅଂଶଗ୍ରହଣ କରିଥିଲେ। ଏହି ଅପରେଷନରେ ନିହତ ହୋଇଥିବା ଆତଙ୍କବାଦୀମାନେ ବିଦେଶୀ ଆତଙ୍କବାଦୀ ଏବଂ ସେମାନଙ୍କ ପରିଚୟ ବିଷୟରେ ଖୋଜାଚାଲିଛି।
ସୂଚନାନୁସାରେ, ଆଗାମୀ ସ୍ବାଧୀନତା ଦିବସ ଏବଂ ରକ୍ଷା ବନ୍ଧନ ଅବସରରେ ପ୍ରମୁଖ ଆତଙ୍କବାଦୀ ଘଟଣା ଘଟାଇବା ପାଇଁ ଏମାନେ ଷଡଯନ୍ତ୍ର କରୁଥିବା ଜଣାପଡିଛି। ଜମ୍ମୁକଶ୍ମୀରର ପୁଞ୍ଚର ସୁରନକୋର୍ଟରେ ସୁରକ୍ଷାବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏବେ ବି ଗୁଳି ବିନିମୟ ଜାରି ରହିଛି।

Share