ରିଲ୍‌ ଲାଇଫ୍‌ରେ ସଫଳତା ସାଉଁଟି ଥିବା ସୀମା ରିୟଲ ଲାଇଫ୍‌ରେ ବିଫଳ…

ମୁମ୍ବାଇ,୧୪।୧: ବଲିଉଡ୍‌ ଅଭିନେତ୍ରୀ ସୀମା ବିଶ୍ୱାସ ଗୁରୁବାର ୫୫ ବର୍ଷ ପୂରଣ କରିଛନ୍ତି। ସେ ୫୬ବର୍ଷରେ ପାଦ ଦେଇଛନ୍ତି। ୧୯୬୫ ଜାନୁୟାରୀ ୧୪ରେ ସେ ଆସାମର ନଳବାରିଠାରେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍‌ରେ ଶେଖର କପୁରଙ୍କ ଫିଲ୍ମ ବ୍ୟାଣ୍ଡିଟ୍‌ କୁଇନ୍‌ରେ ସୀମା ଡାକୁରାଣୀ ଫୁଲନ ଦେବୀ ଭୂମିକାରେ ଅଭିନୟ କରିଥିଲେ। ଏଥିରେ ନ୍ୟୁଡ୍‌ ସିନ୍‌ ଶୁଟିଂ ପରେ ସୀମା ସାରା ରାତି କାନ୍ଦିଥିଲେ। ତାଙ୍କର ନିଖୁଣ ଅଭିନୟରେ ପୁରା ଶୁଟିଂ ୟୁନିଟ୍‌ ମଧ୍ୟ କାନ୍ଦି ପକାଇଥିଲା। ଏହି ଫିଲ୍ମ ପାଇଁ ସେ ଶ୍ରେଷ୍ଠ କଳାକାର ପୁରସ୍କାରରେ ସମ୍ମାନୀତ ହୋଇଥିଲେ। ଏହାପରେ ସେ ଓ୍ବାଟର ସମେତ ବହୁ ଫିଲ୍ମରେ ଅଭିନୟ କରି ବଲିଉଡ୍‌ରେ ନିଜକୁ ପ୍ରତିଷ୍ଠିତ କରାଇପାରିଥିଲେ। ରିଲ୍‌ ଲାଇଫ୍‌ରେ ସଫଳତା ସାଉଁଟି ଥିବା ସୀମାଙ୍କ ରିୟଲ ଲାଇଫ୍‌ ବିଫଳ ରହିଥିଲା। ୨୦୦୩ରେ ସେ ନିଖିଳେଶ ଶର୍ମାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ତେବେ ୨୦୦୭ରେ ତାଙ୍କର ବିବାହ ବିଚ୍ଛେଦ ଘଟିଥିଲା।

Share