ରିଲ ଲାଇଫ୍‌ରେ ସଫଳ, ରିୟଲ ଲାଇଫ୍‌ରେ ବିଫଳ…

ମୁମ୍ବାଇ,୯।୨: ବଲିଉଡ ଅଭିନେତ୍ରୀ ଅମ୍ରିତା ସିଂଙ୍କୁ ମଙ୍ଗଳବାର ୬୩ ବର୍ଷ ପୂରଣ ହୋଇଛି। ୧୯୫୮ ଫେବୃୟାରୀ ୯ରେ ପାକିସ୍ତାନର ହଦାଳିଠାରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାତାଙ୍କ ନାମ ରୁକ୍ସାନା ସୁଲତାନା ଜଣେ ପଞ୍ଜାବି ମୁସଲମାନ୍‌ ଥିବାବେଳେ ପିତା ଶାବିନ୍ଦର ସିଂ ଜଣେ ଶିଖ୍‌ ଥିଲେ। ୧୯୮୩ରେ ବେତାବ ଫିଲ୍ମରେ ତାଙ୍କର ଅଭିନୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା। ଏହାପରେ ତାଙ୍କ ପଛରେ ଫିଲ୍ମ ର୍ନିମାତାଙ୍କ ଲାଇନ ଲାଗିଯାଇଥିଲା। ଏହାପରେ ୧୯୮୫ରେ ସାହେବ, ମର୍ଦ୍ଦ, ୧୯୮୬ରେ ଚାମେଲୀ କି ଶାଦି ଏବଂ ନାମ୍‌, ୧୯୮୭ରେ ଖୁଦଗର୍ଜ, ୧୯୮୮ରେ ଓ୍ବାରିସ୍‌, ୧୯୯୨ରେ ରାଜୁ ବନଗୟା ଜେଣ୍ଟଲମ୍ୟାନ୍‌, ୧୯୯୩ରେ ଆଇନା ଏବଂ ରଙ୍ଗ୍‌ ଆଦି ଫିଲ୍ମକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ୧୯୯୧ରେ ଶୈଫ ଅଲ୍ଲୀ ଖାଁଙ୍କ ସହିତ ତାଙ୍କର ସାକ୍ଷାତ୍‌ ହୋଇଥିଲା। ସେତେବେଳେ ଶୈଫ କ୍ୟାରିୟର ପାଇଁ ବେଶ ବ୍ୟସ୍ତ ଥିଲେ। ଧୀରେଧୀରେ ଅମ୍ରିତାଙ୍କ ସହିତ ନିବିଡ଼ତା ବଢ଼ିଥିଲା। ଅମ୍ରିତା ଥରେ ଶୈଫ୍‌ଙ୍କୁ କିସ କରିଥିଲେ। ଏହାପରେ ଶୈଫ ଅମ୍ରିତାଙ୍କୁ ବିବାହ କରିବା ପାଇଁ ସ୍ଥିର କରିଥିଲେ। ସେହିବର୍ଷ ସେମାନଙ୍କ ବିବାହ ହୋଇଥିଲା। ରିଲ ଲାଇଫ୍‌ରେ ସଫଳ ଥିବା ଅମ୍ରିତା ରିୟଲ ଲାଇଫ୍‌ କିନ୍ତୁ ଅସଫଳ ହୋଇଥିଲେ। ୨୦୦୪ରେ ଶୈଫ୍‌ଙ୍କ ସହିତ ତାଙ୍କର ବିବାହ ବିଚ୍ଛେଦ ଘଟିଥିଲା। ଏବେ ଝିଅ ସାରା ଅଲ୍ଲୀ ଖଁା ଏବଂ ପୁଅ ଇବ୍ରାହିମ ଖାଁ ସହିତ ଅମ୍ରିତା ରହୁଛନ୍ତି।

Share