ତୃତୀୟ ଥରରେ ସଫଳତା

ଝାରସୁଗୁଡା ଅଫିସ, ୨୪।୯: ଭାରତୀୟ ପ୍ରଶାସନିକ ସେବା(ଆଇଏଏସ)ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ଓଡ଼ିଶାର ଝାରସୁଗୁଡା ସରବାହାଲର ପରୀକ୍ଷାର୍ଥୀ ରୀନା ପ୍ରଧାନ ୧୯୪ ରାଙ୍କରେ ଉତିନ୍ନ ହୋଇଛନ୍ତି। ଏହା ପ୍ରକାଶ ପାଇବା ପରେ ଝାରସୁଗୁଡା ଜିଲାରେ ଖୁସିର ଲହରୀ ଖେଳି ଯାଇଛି । ବାପା ଧରଣୀଧର ପ୍ରଧାନ ଓ ମା’ କଲ୍ୟାଣୀ ପ୍ରଧାନ ପରିଶ୍ରମର ଫଳ ମିଳିଥିବା କହିଛନ୍ତି। ରୀନା ୩ ଥର ୟୁପିଏସସି ସିଭିଲ ସଭିସ ପରୀକ୍ଷା ଦେଲା ପରେ ଏଥର କୃତକାର୍ଯ୍ୟ ହୋଇଛନ୍ତି । ବର୍ତ୍ତମାନ ସେ ନବରଙ୍ଗପୁର ଜିଲାର ସାନମସିଗାଁ ସିଏଚ୍‌ସିରେ ଡାକ୍ତର ଭାବେ କାର୍ଯ୍ୟରତ ଅଛନ୍ତି ।