ଜୁଡୋ ପ୍ରତିଯୋଗିତାରେ ଦେବଗଡ଼ ଖେଳାଳିଙ୍କ ସଫଳତା

ଦେବଗଡ଼ ୫।୧୧(ଡି.ଏନ୍‌.ଏ.): ସୁରଟଠାରେ ଗତ ଅକ୍ଟୋବର ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ଅକ୍ଷୟ କୁମାର ଅର୍ନ୍ତଜାତୀୟ ଜୁଡୋ ପ୍ରତିଯୋଗିତାରେ ଦେବଗଡ଼କୁ ସଫଳତା ମିଳିଛି। ଏଥିରେ ଓଡ଼ିଶା ଦଳ ପକ୍ଷରୁ ଦେବଗଡ଼ ଜିଲାର ୧୦ଜଣ ପ୍ରତିଯୋଗୀ ସଫଳତା ଅର୍ଜନ କରିଛନ୍ତି। ଉକ୍ତ ପ୍ରତିଯୋଗୀମାନେ ନିଜ ବର୍ଗରେ ଖେଳି ୧୨ଟି ଅର୍ନ୍ତଜାତୀୟ ତଥା ଜାତୀୟ ସ୍ତର ପଦକ ହାସଲ କରିଛନ୍ତି। ସେଥିମଧ୍ୟରୁ ୩ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ, ୭ଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଜିଲାର ଅନମୋଲ ନାୟକ, ଖୁସି ମୁଣ୍ଡା, ସମୀକ୍ଷା ମୁଣ୍ଡା ସ୍ବର୍ଣ୍ଣ ପଦକ ପାଇଥିବାବେଳେ ଆୟୁଷ ପାତ୍ର, ସଚିନ ମୁଣ୍ଡା ରୌପ୍ୟ ପଦକ ଏବଂ ମନିଷ ଲାକ୍ରା ଓ ସମୀକ୍ଷା ମୁଣ୍ଡା ୨ଟି ବ୍ରୋଞ୍ଜ ପଦକ ପାଇଥିବାବେଳେ ଅଂଶୁମାନ ମୁଣ୍ଡା, ଆୟୁଷ ପାତ୍ର, ଲିଙ୍ଗରାଜ ପାତ୍ର ଗୋଟିଏ ଲେଖାଏଁ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। କୁଡୋ ଏକାଡେମୀ ଦେବଗଡର ପ୍ରଶିକ୍ଷକ ଅନୀଲ ବାର୍ଲା, ଉପଦେଷ୍ଟା କ୍ଷମାନିଧି ସାହୁ, ଅନୁଷ୍ଠାନ ସଭାପତି ଡ.ଅମରେଶ ଚନ୍ଦ୍ର ସ୍ବାଇଁ କୃତୀ ପ୍ରତିଯୋଗୀଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି। କୃତୀ ପ୍ରତିଯୋଗୀମାନେ ଦେବଗଡ଼ ପହଞ୍ଚତ୍ବାପରେ ଦେବଗଡ ପୌରପରିଷଦର ଉପନଗରପାଳ ପ୍ରଜିତ କୁମାର ଭୋଜ, ୱାର୍ଡ ନଂ.୯ର କାଉନସିଲର ସରୋଜିନୀ ମୁଣ୍ଡା ଶୋଭାଯାତ୍ରା ମାଧ୍ୟମରେ ସେମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଶୁଭେଛା ଜଣାଇଛନ୍ତି।