Categories: ବାଣିଜ୍ୟ

ଜେଇଇ ଆଡଭାନ୍ସରେ ଫିଟ୍‌ଜି ଛାତ୍ରୀଛାତ୍ରଙ୍କ ସଫଳତା

ଭୁବନେଶ୍ୱର: ଚଳିତ ବର୍ଷର ଜେଇଇ ଆଡଭାନ୍ସ ଫଳାଫଳରେ ଫିଟ୍‌ଜି ଭୁବନେଶ୍ୱର-କଟକ ସେଣ୍ଟରର ବିଦ୍ୟାର୍ଥୀମାନେ ଭଲ ପ୍ରଦର୍ଶନ କରିଥିବା ସୂଚନା ମିଳିଛି। ସେଣ୍ଟରର ସୂଚନା ଅନୁସାରେ ସ୍ଥିତପ୍ରଜ୍ଞା ସାହୁ ୩୬୫, ସୌରଭ ସୌମ୍ୟକାନ୍ତ ଦାସ ୪୧୫, ଅଙ୍କିତ ଦେ ୫୩୨, ଆର୍ଯ୍ୟନ ଶତପଥୀ ୮୪୯, ଜ୍ୟୋତିରାଦିତ୍ୟ ମିଶ୍ର ୯୩୩ ଏବଂ ବିବେକ ଜୟସ୍ବାଲ ୯୪୯ତମ ସ୍ଥାନ ହାସଲ କରିଛନ୍ତି। ଏ ସମ୍ପର୍କରେ ଭୁବନେଶ୍ୱର ଫିଟ୍‌ଜି ସେଣ୍ଟରର ମୁଖ୍ୟ ରାଣାଜୟ ବର୍ଦ୍ଧନ କହିଛନ୍ତି , ଆଇଆଇଟି-ଜେଇଇ ଆଦି ପରୀକ୍ଷାରେ ସଫଳ ବିଦ୍ୟାର୍ଥୀ ସୃଷ୍ଟି କରିପାରୁଥିବାରୁ ବେଶ୍‌ ଉସତ୍ାହ ଓ ଆନନ୍ଦିତ ଅଛୁ। ସେହିଭଳି ଫିଟ୍‌ଜି ଓଡ଼ିଶା ଅପରେଶନ ପ୍ରତିନିଧି ପି.କେ. ଦାସ କହିଥିଲେ, ଫିଟ୍‌ଜିରେ ଆଗ୍ରହୀ ବିଦ୍ୟାର୍ଥୀମାନଙ୍କୁ ପ୍ରଶିକ୍ଷଣ ଦ୍ୱାରା ଜେଇଇ ଭଳି ପରୀକ୍ଷାରେ ଭଲ ସ୍ଥାନ ହାସଲ କରିବା ପାଇଁ ଆବଶ୍ୟକ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି।

Share