ଓଜେଏସ୍‌ରେ କୋରାପୁଟ ଝିଅ ଦୀକ୍ଷାଙ୍କ ସଫଳତା

କୋରାପୁଟ,୩୧ା୧୨ (ଅମିତାଭ ବେହେରା): ଓଡିଶା ଜୁଡ଼ିସିଆଲ ସର୍ଭିସ (ଓଜେଏସ୍‌)ରେ କୋରାପୁଟର ଝିଅ ଦୀକ୍ଷା ସେଠ ୪୮ ର଼୍ୟାଙ୍କ ରଖି ଜିଲା ପାଇଁ ଗୌରବ ଆଣିଛନ୍ତି। ଏହି ସଫଳତା ପାଇଁ ତାଙ୍କୁ ଜିଲାର ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିଛି। ରାଜ୍ୟରେ ଓଜେଏସ୍‌ର ୫୭ଟି ପଦବୀ ପାଇଁ ୩ ହଜାର ୫ ସହ ପିଲାଙ୍କ ସହ ଦୀକ୍ଷା ପରୀକ୍ଷା ଦେଇଥିଲେ। ଏହି ପରୀକ୍ଷାରେ ତାଙ୍କୁ ସଫଳତା ମିଳିଛି। ଦୀକ୍ଷାଙ୍କ ର଼୍ୟାଙ୍କ ୪୮ ରହିଛି। କୋରାପୁଟ ଜିଲାରୁ ଦୀକ୍ଷା ଏକମାତ୍ର ପରୀକ୍ଷାର୍ଥୀ ରୂପେ ଓଜେଏସ୍‌ ପାଇଛନ୍ତି।

ଦୀକ୍ଷାଙ୍କ ବାପା କୋରାପୁଟ ଦୃଷ୍ଟିବାଧିତ ବିଦ୍ୟାଳୟର ପ୍ରଧାନଶିକ୍ଷକ ବସନ୍ତ କୁମାର ସେଠ ଏବଂ ଶିକ୍ଷୟିତ୍ରୀ ସ୍ନେହଲତା ଦେଈଙ୍କ ଝିଅ। ସେ କୋରାପୁଟ ଶିଶୁମନ୍ଦିରରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିବା ପରେ କଟକସ୍ଥିତ କଳିଙ୍ଗ ଭାରତୀ ରେସିଡେନ୍ସିଆଲ ମହାବିଦ୍ୟାଳୟରେ ଅଧ୍ୟୟନ ଶେଷ କରି ବାଣୀବିହାରରେ ଆଇନ ପାଠକ୍ରମ ପଢିଥିଲେ। ଦୀକ୍ଷା ଓଜେଏସ୍‌ ପାଇଁ ୨୦୧୯ରୁ ପ୍ରସ୍ତୁତି ଆରମ୍ଭ କରି ୨୦୨୧ରେ ପ୍ରଥମେ ଓଜେଏସ୍‌ ପରୀକ୍ଷା ଦେଇଥିଲେ। ତେବେ ସାମାନ୍ୟ କାରଣରୁ ସେ ମେରିଟ୍‌ ତାଲିକାରୁ ବାଦ ପଡିଥିଲେ। ଏଥିରେ ସେ ଭାଙ୍ଗି ନ ଯାଇ ୨୦୨୨-୨୩ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ ବୋଲି ଦୀକ୍ଷା କହିଛନ୍ତି। ମା’ ବାପାଙ୍କ ଆଶୀର୍ବାଦ ଏବଂ ବୁଦ୍ଧିଜୀବୀଙ୍କ ପ୍ରୋତ୍ସାହନ ମୋତେ ଏହି ସଫଳତା ଦେଇଛି ବୋଲି ଦୀକ୍ଷା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାର୍‌ହା ମାଂସ ଜବତ କଲା ବନ ବିଭାଗ, ଜେଲ୍‌ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନାଞ୍ଚଳ ନୂଆପଡ଼ା ସେକ୍ସନ ଯୋଗିଆପଲ୍ଲୀ ଗ୍ରାମର ନୀଳାମ୍ବର ମଳିକଙ୍କଠାରୁ ଲୋମଯୁକ୍ତ ପ୍ରାୟ ୨ କେଜି ବାର୍‌ହା ମାଂସକୁ...

ନିଶାନ ବାଜାରେ ଦୁଲୁକିଲା କେସିଙ୍ଗା ସହର

କେସିଙ୍ଗା,୨୩ା୧୨: କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ବୁଢ଼ାଡଙ୍ଗର ଲୋକ ମହୋତ୍ସବ ପ୍ରଥମ ଦିବସରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପଡ଼ିଆରେ ରବିବାର ଅନୁଷ୍ଠିତ...

ଦାଉ ସାଧିଲା ଅଦିନିଆ ବର୍ଷା: ବର୍ଷକର ଆହାର ଚିନ୍ତାରେ ଚାଷୀ

ନିରାକାରପୁର/ଜଟଣୀ/ ବାଣପୁର, ୨୩ା୧୨ (ମାନସ ଚନ୍ଦ୍ର ପଟ୍ଟନାୟକ/ ରବୀନ୍ଦ୍ରନାଥ ମହାକୁଡ଼/ ଦିଲୀପ ସ୍ବାଇଁ) ଲଘୁଚାପଜନିତ ବର୍ଷା ଯୋଗୁ ଖୋର୍ଦ୍ଧା ଜିଲାରେ ଧାନଚାଷ କ୍ଷତିଗ୍ରସ୍ତ ହୋଇଛି। ଯେଉଁ...

ଏସ୍‌ସିବିରେ ସ୍ଥାନାନ୍ତର ହେବ ନନ୍‌ଟ୍ରମା କାଜୁଆଲ୍‌ଟି

କଟକ,୨୩ା୧୨(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲର ନନ୍‌ଟ୍ରମା କାଜୁଆଲ୍‌ଟି ସ୍ଥାନାନ୍ତର ହେବ। ଏବେ କାଜୁଆଲ୍‌ଟି ଯେଉଁ ସ୍ଥାନରେ କାର୍ଯ୍ୟ କରୁଛି, ସେଠାରୁ ଉଠିଯାଇ ଭେଷଜ ୱାର୍ଡର ୟୁନିଟ୍‌-୬ରେ...

ବଡ଼ଦିନ, ନୂଆବର୍ଷରେ ସ୍ବାଦିଷ୍ଟ ଖାଦ୍ୟର ମଜାନେବେ ସହରବାସୀ

କଟକ,୨୩ା୧୨(ଶିଳ୍ପା ପ୍ରିୟଦର୍ଶିନୀ): ଦିନ କେଇଟା ପରେ ବଡ଼ଦିନ ଓ ନୂଆବର୍ଷ। ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ସହ ନୂତନ ବର୍ଷକୁ ସ୍ବାଗତ କରିବା ପାଇଁ ସହରବାସୀ...

ଜାଲ୍‌ କାଗଜପତ୍ରରେ ଜମି ପଞ୍ଜୀକରଣ, ଭଉଣୀଭାଇଙ୍କ ସମେତ ୪ ଗିରଫ

ବ୍ରହ୍ମପୁର,୨୩।୧୨(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉପନିବନ୍ଧକ (ସବ୍‌-ରେଜିଷ୍ଟ୍ରର)ଙ୍କ କାର୍ଯ୍ୟାଳୟ-୨ରେ ନକଲି କାଗଜପତ୍ର ଦାଖଲ କରି ଏକ ଜମିକୁ ପଞ୍ଜୀକରଣ ଉଦ୍ୟମ କରୁଥିବା ୪ ଅଭିଯୁକ୍ତଙ୍କୁ ଟାଉନ...

ଅଭିନେତ୍ରୀଙ୍କଠାରୁ ୮.୨୫ ଲକ୍ଷ ଟଙ୍କା ଠକି ନେଇ ଗିରଫ ହେଲେ ଯାତ୍ରା ପାର୍ଟି ମାଲିକ

ଭୁବନେଶ୍ୱର,୨୩ା୧୨(ସୂର୍ଯ୍ୟକାନ୍ତ ବେହେରା): ଅଭିନେତ୍ରୀଙ୍କୁ ମିଥ୍ୟା ଆଶ୍ୱାସନା ଦେବା ସହ ପ୍ରତାରଣା କରି ୮ ଲକ୍ଷରୁ ଅଧିକ ଟଙ୍କା ଠକିବା ମାମଲାରେ ଲିଙ୍ଗରାଜ ପୋଲିସ ଜଣେ ଯାତ୍ରା...

ମୁକୁଳିଲେ ଭିଏଟ୍‌ନାମର ୬ ନାବିକ

ପାରାଦୀପ,୨୩।୧୨(ଶରତ ରାଉତ): ପାରାଦୀପରେ ୨୦୨୩ ନଭେମ୍ବର ୩୦ରୁ ଅଟକ ଥିବା ଏମ୍‌ଭି ଦେବୀ ଜାହାଜର୨୧ ଜଣ ଭିଏଟ୍‌ନାମ ନାବିକଙ୍କ ମଧ୍ୟରୁ ରବିବାର ସାରେ ମାତ୍ର ୬...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri