ତାରାତାରିଣୀ କଲେଜର ସଫଳତା : ‘ଜାମ’ର ୧୬୧ ର଼୍ୟାଙ୍କରେ କଲ୍ୟାଣୀ ଶୁଭଶ୍ରୀ

ପୁରୁଷୋତ୍ତମପୁର, ୨୨/୩(ଡିଏନଏ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ଯୁକ୍ତ ତିନି ପ୍ରାଣୀ ବିଜ୍ଞାନ ଶେଷ ବର୍ଷର ଛାତ୍ରୀ କଲ୍ୟାଣୀ ଶୁଭଶ୍ରୀ ତ୍ରିପାଠୀ ଜାମ ( ଯୁଗ୍ମ ପ୍ରବେଶିକା ପରିକ୍ଷା)ରେ ସର୍ବ ଭାରତୀୟ ସ୍ତରରେ ୧୬୧ ର଼୍ୟାଙ୍କରେ ରହି କଲେଜ ଲାଗି ସଫଳତା ଆଣିଛନ୍ତି। ସେ ବୁଧବାର କଲିକତା ହାଓ୍ବଡା ସ୍ଥିତ ଆଇଆଇ୍‌ଇଏସଟିରେ ରିସର୍ଚ ପାଇଁ ଯୋଗ ଦେଇଛନ୍ତି। ୧୯୭୯ ମସିହାରେ ତାରା ତାରିଣୀ କଲେଜ ପ୍ରତିଷ୍ଠାଠାରୁ ଏଭଳି ସଫଳତା ହାସଲ କରିବାରେ କଲ୍ୟାଣୀ ଶୁଭଶ୍ରୀ ପ୍ରଥମ।

ଏହି ସଫଳତା ଲାଗି ସେ ତାଙ୍କ ବାପା ସରକାରୀ ଓକିଲ ପ୍ରକାଶ ଚନ୍ଦ୍ର ତ୍ରିପାଠୀ , ମା‘ରଶ୍ମୀରେଖା ତ୍ରିପାଠୀ, କଲେଜ ଅଧ୍ୟକ୍ଷ ଡଃ ସୀମାଞ୍ଚଳ ପଟ୍ଟନାୟକ, ପ୍ରାଣୀ ବିଜ୍ଞାନ ବିଭାଗୀୟ ମୂଖ୍ୟ ଅଧ୍ୟାପକ ଡଃ ପ୍ରଦୀପ କୁମାର ସାହୁ ଏବଂ ଓଡିଆ ବିଭାଗର ଅଧ୍ୟାପକ ଡଃ ରମେଶ ଚନ୍ଦ୍ର ସେନାପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତାରାତାରିଣୀ କଲେଜ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜଣାଯାଇଛି। ଏହି ସଫଳତା ପାଇଁଁ ତାଙ୍କ ପାଖକୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିବାରେ ଲାଗିଛି।