Categories: ଖେଳ

ଅଶ୍ୱିନ୍‌ଙ୍କୁ ସଫଳତା: ଲଞ୍ଚ୍‌ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ସ୍କୋର ୯୪/୩

ନୂଆଦିଲ୍ଲୀ,୧୭।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଦିଲ୍ଲୀରେ ଖେଳାଯାଉଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ପ୍ରଥମ ଦିନର ଲଞ୍ଚ ପର୍ଯ୍ୟନ୍ତ ୩ ଉଇକେଟ୍‌ ହରାଇ ୯୪ ରନ ସଂଗ୍ରହ କରିଛି। ଏହି ମ୍ୟାଚ୍‌ରେ କଙ୍ଗାରୁ ଦଳ ଏକ ଭଲ ଆରମ୍ଭ କରି ପ୍ରଥମ ଉଇକେଟ ପାଇଁ ୫୦ ରନ ଯୋଡିଥିଲା। ଡେଭିଡ୍‌ ଓ୍ବାର୍ନର ୧୫ ରନ୍‌ରରେ ଆଉଟ୍‌ ହୋଇଥିଲେ। ତେବେ ଲଞ୍ଚ୍‌ର ଠିକ ପୂର୍ବରୁ ଅଶ୍ୱିନ ମାର୍ନସ ଲାବୁସାନେ ଏବଂ ଷ୍ଟିଭ ସ୍ମିଥଙ୍କୁ ଗୋଟିଏ ଓଭରରେ ଆଉଟ୍‌ କରିଥିଲେ। ଉସମାନ ଖାୱାଜା ଭଲ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ। ସେ ଏବେ ୫୦ ରନ୍‌ରେ ଖେଳୁଛନ୍ତି। ଏଥି ସହିତ ଟ୍ରାଭିସ ହେଡ ତାଙ୍କୁ ସମର୍ଥନ କରୁଛନ୍ତି। ଅଶ୍ୱିନ ଦୁଇଟି ଉଇକେଟ ନେଇଛନ୍ତି ଏବଂ ମହମ୍ମଦ ଶାମି ଗୋଟିଏ ଉଇକେଟ ନେଇଛନ୍ତି।

Share