Categories: ଜାତୀୟ

ଇସ୍ରୋକୁ ସଫଳତା: ରିୟୁଜେବୁଲ ଲଞ୍ଚ ଭେହିକିଲର ସଫଳ ପରୀକ୍ଷଣ…

ବେଙ୍ଗାଲୁରୁ,୨।୪ : ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏକ ବଡ଼ ସଫଳତା ମିଳିଛି। ଡିଆରଡିଓ ଏବଂ ଭାରତୀୟ ବାୟୁସେନା ସହିତ ଇସ୍ରୋ ବୈଜ୍ଞାନିକମାନେ ରବିବାର କର୍ନାଟକର ଚିତ୍ରଦୁର୍ଗାସ୍ଥିତ ଏରୋନେଟିକାଲ ଟେଷ୍ଟ ରେଞ୍ଜ (ଏଟିଆର) ରେ ରିୟୁଜେବୁଲ ଲଞ୍ଚ ଭେହିକିଲର ସଫଳ ପରୀକ୍ଷଣ କରାଯାଇଛି। ପୁନଃବ୍ୟବହାର ଯୋଗ୍ୟ ଲଞ୍ଚ ଯାନ ସ୍ବୟଂଶାସିତ ଅବତରଣ ମିଶନ (ଆରଏଲଭି ଏଲଇଏକ୍ସ) ସଫଳତାର ସହ ପରିଚାଳନା କରାଯାଇଛି।

ଇସ୍ରୋ ଅନୁଯାୟୀ, ଏହି ପୁନଃବ୍ୟବହାର ଯୋଗ୍ୟ ଲଞ୍ଚ ଯାନ ସ୍ବୟଂଶାସିତ ଅବତରଣ ମିଶନ ରବିବାର ସକାଳେ କର୍ନାଟକର ଚିତ୍ରଦ୍ରଗା ଠାରେ ଥିବା ଏଟିଆରରୁ କରାଯାଇଥିଲା। ଆରଏଲଭି ସକାଳ ୭ଟା ୧୦ ରେ ଉଡ଼ାଗଲା ଏବଂ ସକାଳ ୭ଟା ୪୦ରେ ଏଟିଆର ଏୟାରଷ୍ଟ୍ରିପରେ ଅବତରଣ କରିଥିଲା। ପୁଃବ୍ୟବହାର ଯୋଗ୍ୟ ଲଞ୍ଚ ଯାନ ସାହାଯ୍ୟରେ ପୁନର୍ବାର ରକେଟ ଉତକ୍ଷେପଣ କରାଯାଇପାରିବ ବୋଲି ଇସ୍ରୋ କହିଛି।

Share