Categories: ଜାତୀୟ

ସୁରକ୍ଷାକର୍ମୀଙ୍କୁ ସଫଳତା, ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ, ଚାଇନିଜ ଗ୍ରେନେଡ ଜବତ…

ଶ୍ରୀନଗର, ୧୮।୮ : ଦେଶରେ ଆତଙ୍କବାଦ ବିସ୍ତାର ପାଇଁ ପାକିସ୍ତାନ ଷଡଯନ୍ତ୍ର ଜାରି ରଖିଛି। ସୀମାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଯୋଗୁୁ ପାକିସ୍ତାନ ବର୍ତ୍ତମାନ ଆତଙ୍କବାଦ ରଣନୀତିରେ ଡ୍ରୋନ ଅନ୍ତର୍ଭୁକ୍ତ କରିଛି। ଡ୍ରୋନ ମାଧ୍ୟମରେ ସେ ସୀମାକୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ପଠାଉଛି। ବୁଧବାର ବିଳମ୍ବିତ ରାତିରେ ସୁରକ୍ଷା ବାହିନୀଙ୍କ ଏନ୍‌କାଉଣ୍ଟରରେ ଜମ୍ମୁ-କଶ୍ମୀରରେ ଜଣେ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି।

ତାଙ୍କ ପାଖରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୁଳି ଜବତ କରାଯାଇଛି। ଏସବୁ ଡ୍ରୋନ ସାହାଯ୍ୟରେ ସୀମା ପାର୍‌ରୁ ଆସିଥିବା କୁହାଯାଉଛି। ଡ୍ରୋନ ଦ୍ୱାରା ପାକିସ୍ତାନ ସୀମାରୁ ପଠାଯାଇଥିବା ପ୍ୟାକେଟକୁ ବମ ଡିସପୋଜାଲ ସ୍କ୍ବାଡ ସହାୟତାରେ ଖୋଲା ଯାଇଥିଲା। ସେଥିରେ ଗୋଟିଏ ଏକେ-୪୭ ରାଇଫଲ, ମାଗାଜିନ, ୪୦ ଏକେ ରାଉଣ୍ଡ, ଗୋଟିଏ ଷ୍ଟାର ପିସ୍ତଲ, ପିସ୍ତଲ ରାଉଣ୍ଡ ଏବଂ ଚାଇନିଜ ଗ୍ରେନେଡ ଜବତ କରାଯାଇଛି। ଏହାର ଅଧିକ ଅନୁସନ୍ଧାନ ଚାଲିଛି।

Share