Categories: ଜାତୀୟ

ସୁରକ୍ଷାକର୍ମୀଙ୍କୁ ସଫଳତା,୨ ଆତଙ୍କବାଦୀଙ୍କ ଆତ୍ମସମର୍ପଣ…

ଶ୍ରୀନଗର, ୬।୭ : ଜମ୍ମୁ-କଶ୍ମୀରର କୁଲଗାମର ହଦିଗାମ ଅଞ୍ଚଳରେ ମିଳିତ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ମିଳିତ ସୁରକ୍ଷାକର୍ମୀଙ୍କୁ ଏହି ଅପରେଶନ୍‌ରେ ସଫଳତା ମିଳିଛି। ଦୁଇଜଣ ଆତଙ୍କବାଦୀ ଆତ୍ମସମର୍ପଣ କରିଛନ୍ତି। ମିଳିଥିବା ଗୁପ୍ତ ସୂଚନା ଆଧାରରେ ଆତଙ୍କବାଦୀମାନଙ୍କୁ ମିଳିତ ସୁରକ୍ଷାକର୍ମୀ ଘେରି ରହିଥିଲେ ଏବଂ ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପରେଶନ କରାଯାଇଥିଲା।

ଜମ୍ମୁ-କଶ୍ମୀର ପୋଲିସ କହିଛି ଯେ ଗିରଫ ହୋଇଥିବା ଉଭୟ ଆତଙ୍କବାଦୀଙ୍କ ନିକଟରୁ ବହୁ ଆପତ୍ତି ଜନକ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି। କଶ୍ମୀର ଜୋନ ପୋଲିସ ଟୁଇଟ କରି କହିଛି ଯେ ଏହି ଏନକାଉଣ୍ଟର ବେଳେ ଦୁଇ ସ୍ଥାନୀୟ ଆତଙ୍କବାଦୀ ସେମାନଙ୍କ ପିତାମାତା ଏବଂ ପୋଲିସର ଅନୁରୋଧକ୍ରମେ ଆତ୍ମସମର୍ପଣ କରିଛନ୍ତି।

Share