ଶ୍ରୀନଗର, ୨୯।୮: ସେନାକୁ ଆତଙ୍କବାଦ ବିରୋଧୀ ଅପରେଶନ୍ରେ ପୁଣି ଏକ ସଫଳତା ମିଳିଛି। ଜମ୍ମୁ-କଶ୍ମୀରର ପୁଲଓ୍ବାମା ଜିଲାରେ ଶନିବାର ଏନ୍କାଉଣ୍ଟରରେ ୩ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ଏଥିରେ ଜଣେ ଯବାନ ଶହୀଦ୍ ହୋଇଛନ୍ତି। ସ୍ଥାନୀୟ ଜଦୁରା ଗାଁରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ଭାରତୀୟ ସେନା ପକ୍ଷରୁ ସର୍ଚ୍ଚ ଅପରେଶନ ଆରମ୍ଭ କରାଯାଇଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ଜମ୍ମୁ-କଶ୍ମୀରରେ ୭ ଜଣ ଆତଙ୍କବାଦୀଙ୍କର ଏନ୍କାଉଣ୍ଟରରେ ମୃତ୍ୟୁ ଘଟିଛି। ଶୁକ୍ରବାର କଶ୍ମୀରରେ ଏନ୍କାଉଣ୍ଟରରେ ୪ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା। ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଥିଲେ।