ପ୍ରଚେଷ୍ଟାରୁ ପ୍ରତିଷ୍ଠିତ ବ୍ୟବସାୟୀ ତାରିଣୀ ପ୍ରସାଦ

ମେଧାବୀ ଛାତ୍ର ଜଣକ ମନରେ ଅନେକ ଆଶା ବାନ୍ଧି କେନ୍ଦୁଝରରୁ ଭୁବନେଶ୍ୱର ଉଚ୍ଚଶିକ୍ଷା ପାଇଁ ଆସି ସଫଳତାର ସହ ଶିକ୍ଷା ଶେଷକରି ନିଯୁକ୍ତି ପାଇଁ ପ୍ରସ୍ତୁତି କରୁଥାନ୍ତି। ହେଲେ ସମୟକ୍ରମେ ପାରିବାରିକ ଘଟଣା ପାଇଁ ସେ ଭୁବନେଶ୍ୱରରୁ କେନ୍ଦୁଝରକୁ ଫେରିଆସନ୍ତି। ଏପରିକି ପାରିବାରିକ ବ୍ୟବସାୟ ସହିତ ବାପାଙ୍କ ସହ ସହଯୋଗୀ ହେବାକୁ ପଡ଼ିଥିଲା। କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ସେ ଅଳ୍ପ ଦିନରେ ଅନେକ କିଛି ସଫଳତା ହାସଲ କରିଛନ୍ତି। ପରବର୍ତ୍ତୀ ସମୟରେ ସେ ଖଣି ବ୍ୟବସାୟରେ ପ୍ରବେଶକରି ଆଶାନୁରୂପ ସଫଳତା ମଧ୍ୟ ପାଇଛନ୍ତି। ସେହି ସଫଳ ଖଣି ବ୍ୟବସାୟୀ ତଥା ମେସର୍ସ ଟି.ପି. ମହାନ୍ତି ପ୍ରା.ଲି.ର ପରିଚାଳନା ନିର୍ଦ୍ଦେଶକ ତାରିଣୀ ପ୍ରସାଦ ମହାନ୍ତିଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ଆଳାପ….

ପ୍ର-୧: ଖଣି ବ୍ୟବସାୟର ଯାତ୍ରା କିଭଳି ରହିଛି?
ଉ- ୮୦ଦଶକରେ ପରିସ୍ଥିତିରେ ପଡ଼ି ମୋତେ ଭୁବନେଶ୍ୱରରୁ କେନ୍ଦୁଝର ଫେରିବାକୁ ପଡ଼ିଥିଲା। ଏପରିକି ବହୁ ଘାତ ପ୍ରତିଘାତ ମଧ୍ୟରେ ପରିବାର ଓ ପାରିବାରିକ ବ୍ୟବସାୟରେ ଜଡ଼ିତ ହେବା ସାଙ୍ଗକୁ ଅନ୍ୟ ବ୍ୟବସାୟରେ ମଧ୍ୟ ଜଡ଼ିତ ହୋଇ ରହିଲି। ବିଶେଷକରି କେନ୍ଦୁଝର ଏକ ଖଣିଭିତ୍ତିକ ଜିଲା ହୋଇଥିବାରୁ ୯୦ ଦଶକରେ ମୁଁ ଖଣି ବ୍ୟବସାୟରେ ପ୍ରବେଶ କରିବାକୁ ଆବଶ୍ୟକ ପ୍ରୟାସ ଓ ପ୍ରଚେଷ୍ଟା ଆରମ୍ଭ କରିଥିଲି। ଦୀର୍ଘ ୧୮ ବର୍ଷର କସରତ ଓ ନୀତିନିୟମ ଏବଂ ପ୍ରଣାଳୀ ମଧ୍ୟରେ ଅହରହ ଚେଷ୍ଟା ପରେ ୨୦୦୯ରେ ଆନୁଷ୍ଠାନିକ ଭାବେ ଖଣି ବ୍ୟବସାୟରେ ପ୍ରବେଶ କରିଥିଲି। ପରବର୍ତ୍ତୀ ସମୟରେ ଆବଶ୍ୟକ ସରକାରୀ କାଗଜପତ୍ର ଓ ପ୍ରତିକୂଳ ପରିସ୍ଥିତିରେ ବ୍ୟବସାୟ ଜାରି ରହିଛି। ବହୁ ଘାତ ପ୍ରତିଘାତ ଓ ଆଇନକାନୁନ ସହ ବୃହତ୍‌ ଖଣି କମ୍ପାନୀ ତଥା ଲିଜ୍‌ଧାରୀଙ୍କ ମଧ୍ୟରେ ବ୍ୟବସାୟ ଅଗ୍ରସର ହୋଇଚାଲିଛି।
ପ୍ର-୨: ୨୦୦୦ମସିହା ପୂର୍ବ ଏବଂ ପରବର୍ତ୍ତୀ ଖଣି ଆବଣ୍ଟନକୁ କିଭଳି ଦେଖୁଛନ୍ତି?
ଉ- ୨୦୦୦ ମସିହାର ପୂର୍ବ ୨୦ବର୍ଷ (୧୯୮୦) ଏବଂ ପରବର୍ତ୍ତୀ ୨୦ବର୍ଷ (୨୦୨୦) ମଧ୍ୟରେ ଅନେକ ଫରକ ଏବଂ ପରିବର୍ତ୍ତନ ଆସିଛି। ବିଶେଷକରି ବର୍ତ୍ତମାନ ସମୟରେ ଖଣି ଲିଜ୍‌ଧାରୀମାନେ ବୃହତ୍‌ ବିଡର ହୋଇଥିବା ବେଳେ ସ୍ଥାନୀୟ ଏବଂ ମଧ୍ୟମ ବର୍ଗର ବିଡରମାନେ ଅନେକାଂଶରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରିକି ୮୦ ଓ ୯୦ଦଶକରେ ସରକାର ସ୍ଥାନୀୟ ଖବରକାଗଜ ମାଧ୍ୟମରେ ସମ୍ପୃକ୍ତ ଖଣିର ବିବରଣୀ ସହ ନିଲାମୀ ପ୍ରକ୍ରିୟାକୁ ତ୍ୱରାନ୍ବିତ କରୁଥିବା ବେଳେ ବର୍ତ୍ତମାନ ଅନେକ ସରକାରୀ ନୀତିନିୟମ ଏବଂ ଅନ୍‌ଲାଇନ ଜରିଆରେ ଖଣି ନିଲାମ କରାଯାଉଛି। ସେହିଭଳି ସେ ସମୟରେ ବିଡରମାନେ ଆଶାପୋଷଣ କରୁଥିବା ବେଳେ ବର୍ତ୍ତମାନ ଭାଗ୍ୟରେ ଥିଲେ ମିଳିବ ବୋଲି ଆକଳନ କରାଯାଉଛି।
ପ୍ର-୩: ଡିଏମ୍‌ଏଫ୍‌ ବିଷୟରେ କ’ଣ କହିବେ?
ଉ- ଜିଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌) ସମ୍ପୃକ୍ତ ଜିଲାର ଅତ୍ୟାବଶ୍ୟକ ବିକାଶ କାର୍ଯ୍ୟରେ ବିନିଯୋଗ ପାଇଁ ଉଭୟ ସରକାର ଓ ଜିଲା ପ୍ରଶାସନ ଜରିଆରେ କାର୍ଯ୍ୟକାରୀ କରାଯାଇଥାଏ। ହେଲେ ବର୍ତ୍ତମାନ ସମୟରେ ଉକ୍ତ ପାଣ୍ଠି ଅବାଟରେ ବିନିଯୋଗ ହେଉଛି। ସରକାର ଉକ୍ତ ପାଣ୍ଠିକୁ ସମ୍ପୃକ୍ତ ଜିଲାର ବିକାଶ ସହ ଶିକ୍ଷା, ସ୍ବାସ୍ଥ୍ୟ, ପରିବେଶ ଓ ଗମନାଗମନ (ରାସ୍ତା) ଦିଗରେ ଠିକ୍‌ ଭାବେ ବିନିଯୋଗ କରିପାରିଲେ ସବୁ ବର୍ଗଙ୍କର ବିକାଶ ଓ ଉନ୍ନତି ହୋଇପାରିବ। ସରକାର ଉକ୍ତ ପାଣ୍ଠି ସୁବିନିଯୋଗ କଲେ ଉଭୟ ଖଣି ଅଞ୍ଚଳର ଅଧିବାସୀ ଓ ଜିଲାର ବିକାଶ ଏବଂ ଅଭିବୃଦ୍ଧି ଘଟିପାରିବ ବୋଲି ଆଶା କରାଯାଉଛି।
ପ୍ର-୪: ଖଣି ବ୍ୟବସାୟରେ ସ୍ବଚ୍ଛତା କିଭଳି ଆସିପାରିବ ?
ଉ- ପ୍ରତି ବ୍ୟବସାୟରେ ବ୍ୟବସାୟୀଙ୍କ ଆଭିମୁଖ୍ୟ ଓ ସଚ୍ଚୋଟତା ଉପରେ ଉକ୍ତ ବ୍ୟବସାୟର କାର୍ଯ୍ୟଧାରା ଓ ଶୈଳୀ ନିର୍ଭର କରିଥାଏ। ପୂର୍ବର ଖଣି ବ୍ୟବସାୟ ସମ୍ପର୍କରେ ବିଶେଷ ଅବଗତ ନୁହେଁ। କିନ୍ତୁ ୨୦୦୦ ପରଠାରୁ ଖଣି ବ୍ୟବସାୟରେ ଅନେକ ପରିବର୍ତ୍ତନ ସହ ସ୍ବଚ୍ଛତା ରହିଛି। ଏପରିକି ଧୀରେ ଧୀରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ସାଙ୍ଗକୁ ନିୟମ ମଧ୍ୟ କଡ଼ାକଡ଼ି ହୋଇଯାଇଛି। ବର୍ତ୍ତମାନ ଖଣି ବ୍ୟବସାୟରେ ବ୍ୟାପକ ସ୍ବଚ୍ଛତା ଆସିଛି। ଆଗକୁ ମଧ୍ୟ ଆହୁରି ସ୍ବଚ୍ଛତା ରହିବ ବୋଲି ଆଶା କରାଯାଉଛି।
ପ୍ର-୫: ନୂତନ ଖଣି ବ୍ୟବସାୟୀ ବା ଯୁବ ଉଦ୍ୟୋଗୀଙ୍କୁ କ’ଣ କହିବେ?
ଉ- ବ୍ୟବସାୟ ପ୍ରତି ଯୁବବର୍ଗ ଆଗ୍ରହ ଦେଖାଇବା ଭଲ କଥା, ହେଲେ ଆଗ୍ରହକୁ ଉଚିତ ମାର୍ଗରେ ଆଗେଇନେଇ ସେହି ଅନୁଯାୟୀ କାର୍ଯ୍ୟ କରିବାକୁ ହେବ। ବିଶେଷକରି ଖଣି ବ୍ୟବସାୟରେ ପରିବେଶ ଓ ପରିସ୍ଥିତିକୁ ଆଖି ଆଗରେ ରଖି ବ୍ୟବସାୟ କରିବାକୁ ହେବ।
ପ୍ର- ୬: ଅବସର ସମୟରେ କ’ଣ କରିବାକୁ ଭଲ ପାଆନ୍ତି ?
ଉ- ଅବସର ସମୟରେ ପରିବାର ଓ ପରିଜନଙ୍କ ସହିତ ସମୟ ବିତାଇବା ସହ ବିଦେଶ ଭ୍ରମଣ ଓ ସ୍ବଦେଶୀ ପର୍ଯ୍ୟଟନସ୍ଥଳ ବୁଲିବାକୁ ଭଲଲାଗେ। ଏପରିକି ବ୍ୟବସାୟରେ ଜଡ଼ିତ ଥିବାରୁ ବିଭିନ୍ନ ଦିଗ ଓ ସରକାରୀ ନୀତିନିୟମ ସମ୍ପର୍କରେ ଅବଗତ ହେବା ସହ ବ୍ୟବସାୟିକ କାର୍ଯ୍ୟକଳାପ ଉପରେ ଚର୍ଚ୍ଚା, ଆଲୋଚନା କରିବାକୁ ଭଲଲାଗେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି: ବାତିଲ ହେଲା ମୟୂରଭଞ୍ଜ କାର୍ଯ୍ୟକ୍ରମ

କେନ୍ଦୁଝର,୨୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ...

ବିଜେଡିର ଭୁବନେଶର ବନ୍ଦ ଡାକରା: ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ସହିପାରୁନି….

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

୩ ଘଣ୍ଟା ପ୍ରବଳରୁ ଅତି ପ୍ରବଳ ବର୍ଷିବ: ଏସବୁ ସ୍ଥାନରେ…

ଭୁବନେଶ୍ୱର,୨୨।୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା...

କାହିଁକି ଦୀପାଳିଙ୍କ ନାଁରେ ଏତଲା? 

କାହିଁକି ଦୀପାଳିଙ୍କ ନାରେ ଏତଲା? ଭୁବନେଶ୍ୱର,୨୨।୯: ଝାରସୁଗୁଡ଼ାର ପୂର୍ବତନ ବିଧାୟକ ଦୀପାଳି ଦାସ ଓ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କ ନାଁରେ ଏତଲା  ହୋଇଛି। ସମ୍ବଲପୁରସ୍ଥିତ...

ଅଙ୍ଗନଓ୍ବାଡି କର୍ମୀଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ଘଟଣା: କର୍ମୀଙ୍କ ସହ କଥା ହୋଇ ଉପମୁଖ୍ୟମନ୍ତ୍ରୀ କହିଲେ…

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ବାଲେଶ୍ବର ଜିଲା ସିଂଲା ଥାନା ବାଲିଆପାଳ ବ୍ଲକ ଅନ୍ତର୍ଗତ ମହାପଦା ଅଙ୍ଗନଓ୍ବାଡ଼ି କେନ୍ଦ୍ର କର୍ମୀ ଉର୍ମିଳା ସାମଲଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼...

କଂଗ୍ରେସ ବିଜେଡି ମେଣ୍ଟ: ବିଜେଡିର ଚକ୍ରାନ୍ତ ଲୋକମାନେ ଜାଣନ୍ତି …

ଜାଣିଛନ୍ତଭୁବନେଶ୍ୱର,୨୨।୯: ଦରକାର ପଡିଲେ କଂଗ୍ରେସ ସହ ହାତ ମିଳେଇବୁ। ଆଉ ରାଜ୍ୟରେ ସରକାର ଗଢିବୁ। ଖୋଲା ମଞ୍ଚରେ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ରଖିଛନ୍ତି ବିଜେଡି ଏମ୍‌ପି...

ଓଡ଼ିଶାରେ ହେବ ବିଜେଡି-କଂଗ୍ରେସ ମେଣ୍ଟ! ଭିତିରି ପ୍ଲାନ କହିଦେଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର,୨୨।୯: ଦରକାର ପଡିଲେ କଂଗ୍ରେସ ସହ ହାତ ମିଳେଇବୁ। ଆଉ ରାଜ୍ୟରେ ସରକାର ଗଢିବୁ। ଖୋଲା ମଞ୍ଚରେ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ରଖିଛନ୍ତି ବିଜେଡି ଏମପି...

ମଙ୍ଗଳବାର ଭୁବନେଶ୍ୱର ବନ୍ଦ, ହେବ ବଡ଼ ଆନ୍ଦୋଳନ…

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri