ବୃତ୍ତିଗତ ଉଦ୍ୟମରୁ ସଫଳ ଉଦ୍ୟୋଗୀ

କଳା, ସଂସ୍କୃତି ଓ ସାହିତ୍ୟ ପରିବେଶରେ ବାଲ୍ୟଜୀବନ ବିତିଥିଲା। ବିଦ୍ୟାଳୟ ଶିକ୍ଷା ଆରମ୍ଭରୁ ସଙ୍ଗୀତ ପ୍ରତି ବେଶ୍‌ ଦୁର୍ବଳତା ଥିଲା। ପରବର୍ତ୍ତୀ ସମୟରେ ବିଦ୍ୟା(ଶିକ୍ଷା) ଓ ବୃତ୍ତି(ସଙ୍ଗୀତ) ସମତାଳରେ ଜାରି ରହିଲା। ପରିଶେଷରେ ଉଚ୍ଚ ଶିକ୍ଷା ସହ କଳା, ସଂସ୍କୃତି ଓ ସଙ୍ଗୀତକୁ ବ୍ୟବସାୟରେ ରୂପଦେବା ସହ ଆରମ୍ଭ ହୋଇଥିଲା ବ୍ୟବସାୟିକ ଯାତ୍ରା। ଦୀର୍ଘ ବର୍ଷର ଅଭିଜ୍ଞତା ଓ ଶିଳ୍ପରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ସେହି ସଫଳ ବ୍ୟବସାୟୀ ତଥା ସିଦ୍ଧାର୍ଥ ଟିଭି ନେଟ୍‌ଓ୍ବର୍କର ଏମ୍‌ଡି ସୀତାରାମ ଅଗ୍ରଓ୍ବାଲଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ଆଳାପ…

ପ୍ରଶ୍ନ : ଜୀବନର ପ୍ରଥମ ପର୍ଯ୍ୟାୟ କିପରି ଥିଲା?
ଉତ୍ତର: ପୁରୀରେ ମୋର ଜନ୍ମ ଏବଂ ସେଇଠି ମୋ’ ସ୍କୁଲ ଜୀବନ ବିତିଛି। ସେତେବେଳେ ପୁରୀରେ ସଙ୍ଗୀତ ଓ ନାଟକର ଏକ ସୁନ୍ଦର ବାତାବରଣ ଥିଲା। ଏପରି କି ନିୟମିତ ଶାସ୍ତ୍ରୀୟ ସଙ୍ଗୀତ, ଆଧୁନିକ ଗୀତ ଓ ଓଡ଼ିଶୀ ସଙ୍ଗୀତର ଆସର ସାଙ୍ଗକୁ ନାଟକ ବି ମଞ୍ଚସ୍ଥ ହେଉଥିଲା। ମୁଁ ମୋ ବାପାଙ୍କ ସହ ସେସବୁ ଅନୁଷ୍ଠାନକୁ ଯାଉଥିଲି। କ୍ରମଶଃ ମୋ ଭିତରେ ସଙ୍ଗୀତ ପ୍ରତି ଆକର୍ଷଣ ସୃଷ୍ଟି ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ଆହୁରି ନିବିଡ଼ ହେଲା।
ପ୍ରଶ୍ନ : ବୃତ୍ତିଗତ ଜୀବନ କିପରି ଆରମ୍ଭ ହେଲା?
ଉତ୍ତର: ରେଭେନ୍‌ଶା କଲେଜରେ ପଢ଼ିବା ପାଇଁ ମୁଁ କଟକରେ ବାପାଙ୍କ ସାଥିରେ ଆସି ରହିଗଲି। ମୋର ବି.କମ୍‌.ର ପ୍ରଥମ ବର୍ଷରେ ହିଁ କମ୍ବଳ ଟାଣି ୧୯୮୧ରେ ଷ୍ଟୁଡିଓ ଆରମ୍ଭ କରିଥିଲି। ତା’ପରେ ମୋ ବାପା ସତ୍ୟନାରାୟଣ ଅଗ୍ରୱାଲଙ୍କ ଆଶୀର୍ବାଦ ନେଇ ୧୯୮୩ରେ ଜେଇ କ୍ୟାସେଟ୍‌ କମ୍ପାନୀ ପ୍ରତିଷ୍ଠା କଲି। ପ୍ରଥମ ଉଦ୍ୟମର ସଫଳତା ହିଁ ଆମକୁ ଆଗକୁ ବାଟ କଢ଼େଇ ନେଲା। ତା’ ପରେ ପରେ ଅନେକ ପାରମ୍ପରିକ ଗୀତ, ଗୀତିନାଟ୍ୟ, ଲୋକନାଟକ ଇତ୍ୟାଦିର କ୍ୟାସେଟ୍‌ ସବୁ ମୁକ୍ତିଲାଭ କରି ଜେଇ କ୍ୟାସେଟ୍‌ କମ୍ପାନୀକୁ ଏକ ପାରମ୍ପରିକ ସଂସ୍କୃତିସମ୍ପନ୍ନ କମ୍ପାନୀର ମାନ୍ୟତା ଓ ସମ୍ମାନ ଦେଲା।
ପ୍ରଶ୍ନ : ପରବର୍ତ୍ତୀ ବ୍ୟବସାୟିକ ଯାତ୍ରା ବିଷୟରେ କିଛି ସୂଚନା ଦେବେ କି?
ଉତ୍ତର: ଜେଇ କମ୍ପାନୀର ଅପାର ସଫଳତା ପରେ ଆମେ ୧୯୯୯ରେ ସାର୍ଥକ ମ୍ୟୁଜିକ ଆରମ୍ଭ କଲୁ। ମୋର ସହଧର୍ମିଣୀ ଗାୟିକା ନମିତା ଅଗ୍ରୱାଲଙ୍କ ସହଯୋଗକ୍ରମେ ଆମେ ଗୋଟିଏ ପରେ ଗୋଟିଏ ସଫଳତା ହାସଲକରି ଚାଲିଲୁ। ୨୦୧୦ରୁ ମ୍ୟୁଜିକ୍‌ କମ୍ପାନୀରୁ ଆମେ ଟିଭି ଜଗତରେ ପାଦଦେବା ସହ ସାର୍ଥକ ଟିଭି ଆରମ୍ଭ ହେଲା। ତା’ ସହ ସିନେମା ପ୍ରଯୋଜନା ଓ ଅନ୍ୟାନ୍ୟ ପ୍ରକଳ୍ପ ଜାରି ରହିଛି।
ପ୍ରଶ୍ନ : ଆପଣ ଅନ୍ୟ କିଛି ବ୍ୟବସାୟ ନ କରି ମନୋରଞ୍ଜନ ଦୁନିଆକୁ ବାଛିଲେ କାହିଁକି?
ଉତ୍ତର: ଆରମ୍ଭରୁ କହିଛି, ପୁରୀରୁ ହିଁ ସଙ୍ଗୀତ, ନୃତ୍ୟ, ନାଟକ ପ୍ରତି ମୋର ଭଲ ପାଇବା ସୃଷ୍ଟି ହୋଇଥିଲା। ଯେତେବେଳେ ବ୍ୟବସାୟକୁ ବୃତ୍ତି କରିବାକୁ ନିଷ୍ପତ୍ତି ନେଲି, ତେଣୁ ଚାକିରି ନ କରି ମନୋରଞ୍ଜନକୁ ହିଁ ବାଛିଲି। ବିଶେଷକରି ସଙ୍ଗୀତ ପ୍ରତି ମୋର ଅସମ୍ଭବ ଦୁର୍ବଳତା କହିପାରନ୍ତି। ମୋ ଜୀବନ ହେଉଛି ସଙ୍ଗୀତ। ତେଣୁ ଏଇ ବୃତ୍ତିକୁ ବାଛିଲି।
ପ୍ରଶ୍ନ : ଏହି ବ୍ୟବସାୟରେ କି କି ଆହ୍ବାନ ଅଛି?
ଉତ୍ତର: ଆହ୍ବାନ ନ ଥାଇ ଜୀବନ ନାହିଁ, ସଫଳତା ପାଇବାକୁ ହେଲେ ସବୁବେଳେ ଆହ୍ବାନକୁ ସ୍ବୀକାର କରିବାକୁ ହେବ। ମନୋରଞ୍ଜନ ଦୁନିଆର ମାଧ୍ୟମ ବଦଳି ଚାଲିଛି। ପ୍ରତି ୧୦ବର୍ଷରେ ଶ୍ରୋତା ଓ ଦର୍ଶକଙ୍କ ରୁଚି ବି ବଦଳି ଚାଲିଛି। ଆମେ ରେକର୍ଡ ଓ କ୍ୟାସେଟ୍‌ ଯୁଗରୁ ଆସି ଆଜି ୟୁଟ୍ୟୁବ୍‌ ଯୁଗରେ ପହଞ୍ଚିଛେ। ଏଇ ପରିବର୍ତ୍ତନକୁ ମଧ୍ୟ ସ୍ବୀକାରକରି ନିଜକୁ ସେହି ଅନୁସାରେ ପ୍ରସ୍ତୁତକରି ରଖିବାକୁ ହେବ।
ପ୍ରଶ୍ନ: ମନୋରଞ୍ଜନଭିତ୍ତିକ ଟିଭି ଚ୍ୟାନେଲର ଯାତ୍ରା ଏବେ କିଭଳି ରହିଛି?
ଉତ୍ତର: ସିଦ୍ଧାର୍ଥ ଟିଭି ନେଟ୍‌ୱର୍କର ଚାରୋଟି ଚ୍ୟାନେଲ ଏବେ କାର୍ଯ୍ୟକ୍ରମ ପ୍ରସାରଣ କରୁଛି। ସିଦ୍ଧାର୍ଥ ଟିଭି ଓ ସିଦ୍ଧାର୍ଥ ଗୋଲ୍ଡ ସମ୍ପୂର୍ଣ୍ଣ ମନୋରଞ୍ଜନଧର୍ମୀ ଚ୍ୟାନେଲ। ଏଥିରେ ମେଗା ଧାରାବାହିକ, ସିନେମା, ପ୍ରତିଯୋଗିତାମୂଳକ ରିଆଲିଟି ଶୋ ଇତ୍ୟାଦି ପ୍ରସାରଣ ହେଉଛି।
ପ୍ରଶ୍ନ : ନୂତନ ପିଢ଼ିକୁ କି ସନ୍ଦେଶ ଦେବେ?
ଉତ୍ତର: ନୂଆ ପିଢ଼ି ବେଶ୍‌ ପ୍ରତିଭାବାନ୍‌। ସେମାନଙ୍କ ଭିତରେ ଖୁବ୍‌ ଉତ୍ସାହ ମଧ୍ୟ ଅଛି। କିନ୍ତୁ କେବଳ ଉତ୍ସାହ ଓ ଆବେଗ ନୁହେଁ, ବାସ୍ତବତା ପ୍ରତି ମଧ୍ୟ ସେମାନଙ୍କୁ ଧ୍ୟାନଦେବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କମେଡିଆନ୍ ଗୁଲୁଆଙ୍କୁ ହତ୍ୟା ଧମକ, ଭିଡିଓ କରି କହିଲେ ଜୀବନ ପ୍ରତି ବିପଦ…

ଭୁବନେଶ୍ବର, ୨୫।୧୨: କମେଡିଆନ୍‌ ଗୁଲୁଆଙ୍କୁ ହତ୍ୟା ଧମକ । ସେ ନିଜେ ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି । ଏନେଇ ସେ ଆଜି ସୋସିଆଲ ମିଡିଆରେ...

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ଏହି ଦୁଇ କୁଖ୍ୟାତ ମାଓବାଦୀ, ଏବେ ବି ଜାରି ରହିଛି…

ଫୁଲବାଣୀ/ତୁମୁଡ଼ିବନ୍ଧ,୨୫ା୧୨(ରାକେଶ କୁମାର ରାଉତ/ଦୀପକ ପରାସେଠ): କନ୍ଧମାଳ ଜିଲାରେ ମାଓବାଦୀ ମୂଳୋତ୍ପାଟନ ପାଇଁ ଜୋର୍‌ଦାର କୋମ୍ବିଂ ଅପରେଶନ ଚାଲିଛି । ବୁଧବାର ରାତିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨...

ପାରିବାରିକ କଳହର କରୁଣ ପରିଣତି, ଶ୍ୱଶୁର ଆଗରେ ସ୍ତ୍ରୀକୁ ହତ୍ୟା କରିଲେ ସ୍ବାମୀ

ବଲାଙ୍ଗୀର, ୨୫/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଜୁର୍ଲାକାନି ଗାଁରେବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି ।...

ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ ଭୂପିନ୍ଦରଙ୍କ ବଡ଼ ବୟାନ, କିଛି ନୂଆ ଲୋକଙ୍କୁ ଅଣାଗଲେ ବିଜେଡ଼ି…

ଭୁବନେଶ୍ବର,୨୫।୧୨: ବିଭିନ୍ନ ସ୍ଥାନରେ ମେଳି କରି ଲୋକଙ୍କୁ ଏକଜୁଟ କରିଆସୁଛି ବିଜୁ ଜନତା ଦଳ । ଆସନ୍ତା ୨୬ରେ ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନବକଳେବର...

ମାଙ୍କଡ଼କୁ ଝାମ୍ପିନେଲା କୁମ୍ଭୀର, ପଛେ ପଛେ ନଦୀରେ ପହଁରି ପହଁରି ଗଲେ ମାଙ୍କଡ଼ ପଲ, ଆଉ ତା’ ପରେ…

ମହାକାଳପଡ଼ା,୨୫ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ମହାନଦୀ ଶାଖା ଖରିନାସୀ ନାଳରେ କୁମ୍ଭୀର ଏକ ମାଙ୍କଡ଼କୁ ଝାମ୍ପି ନଦୀ ଆରପାରିକୁ ନେଉଥିବା ବେଳେ ସାଥୀ ମାଙ୍କଡ଼...

ସାରା ବିଶ୍ୱକୁ ମଦ ପରଷିବ ପାକିସ୍ତାନ! ମୁନିରଙ୍କ ଘର ନିକଟରେ ଫ୍ୟାକ୍ଟ୍ରି, ୫୦ ବର୍ଷ ପରେ ଉଠିଲା ବ୍ୟାନ

ଇସଲାମାବାଦ,୨୫।୧୨: ଇସଲାମିକ ଦେଶ ପାକିସ୍ତାନ ଅନେକ ଦଶନ୍ଧି ପରେ ପୁଣି ଥରେ ବିଶ୍ୱକୁ ମଦ ବିକ୍ରି କରିବାକୁ ଯାଉଛି। ୫୦ ବର୍ଷରୁ ଅଧିକ ସମୟର ନିଷେଧ...

ଜନ୍ମଦିନ ପାର୍ଟି ପରେ ଛାତିଥରା ଘଟଣା, ଚଳନ୍ତା କାରରେ କମ୍ପାନୀ ମ୍ୟାନେଜରଙ୍କୁ ଗଣଦୁଷ୍କର୍ମ ପରେ….

ଉଦୟପୁର,୨୫।୧୨: ରାଜସ୍ଥାନର ଉଦୟପୁରରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଜନ୍ମଦିନ ପାର୍ଟି ପରେ ଚଳନ୍ତା କାରରେ ଜଣେ ଆଇଟି ଫାର୍ମ ମ୍ୟାନେଜରଙ୍କୁ ଗଣବଳାତ୍କାର...

୧୭ ବର୍ଷ ପରେ ଫେରିଲେ ‘ଡାର୍କ ପ୍ରିନ୍ସ’, ଢାକା ରାଜନୀତିରେ ଭୂକମ୍ପ, ଭାରତ ପାଇଁ ଆଶା ନା ସତର୍କ ଘଣ୍ଟି? ଜାଣନ୍ତୁ…

ଢାକା,୨୫।୧୨: ବାଂଲାଦେଶ ରାଜନୀତିରେ ଏକ ବଡ଼ ଘଟଣାକ୍ରମରେ, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ମୁଖ୍ୟ ବେଗମ ଖାଲେଦା ଜିଆଙ୍କ ପୁଅ ତାରିକ ରହମାନ ପ୍ରାୟ ୧୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri