ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ସଫଳ ଚାଷୀ: ଜାଣନ୍ତୁ କାହିଁକି

କେସିଙ୍ଗା,୮।୧୦(ତୁମେଶ୍ୱର ସାହୁ): ଜଳସମ୍ପଦ ବିଭାଗ ସେଚାଞ୍ଚଳ ଉନ୍ନୟନ ବିଭାଜନ ୬ ଭବାନୀପାଟଣା ପକ୍ଷରୁ କେସିଙ୍ଗା ବ୍ଳକର କାଣ୍ଡେଲଗ୍ରାମସ୍ଥିତ କରନାଲି କାଣ୍ଡେଲ-୨ରେ ସଫଳ ଚାଷୀଙ୍କୁ ଜଳସେଚିତ କରିବା କରିବା ପାଇଁ କେନାଲ କାମ ଇତିମଧ୍ୟରେ ସମ୍ପୁର୍ଣ୍ଣ ହୋଇ ଚାଷୀଙ୍କୁ ଜଳସେଚିତ କରିଥିବାରୁ ମୁଖ୍ୟମନ୍ତ୍ରୀ ତଥା ବିଭାଗୀୟ ଯନ୍ତ୍ରୀଙ୍କୁ ଚାଷୀ ବୃନ୍ଦ ଧନ୍ୟବାଦ ଜଣାଇଛନ୍ତି। କାଣ୍ଡେଲ ଗ୍ରାମସ୍ଥିତ ଶିବଶକ୍ତି ପାଣି ପଞ୍ଚାୟତକୁ କେନାଲ କାମ କରିବା ପାଇଁ ଉକ୍ତ ବିଭାଗ ପକ୍ଷରୁ ଦାୟିତ୍ୱ ଦିଆଯାଇଛି। ଗତ ଜାନୁଆରୀ, ଫେବୃଆରୀ ମାସରେ କେନାଲ କାମ ଆରମ୍ଭ କରାଯାଇଥିଲା। କାଣ୍ଡେଲ୧-୨ରେ କେନାଲ କାମ ସମ୍ପୂର୍ଣ୍ଣ କରି ପ୍ରାୟ ୫୦ରୁ ଉଦ୍ଧର୍‌ବ ଚାଷୀଙ୍କୁ ଖରିଫ ଓ ରବି ଋ଼ତୁରେ ଚାଷୀଙ୍କୁ ଜଳସେଚିତ କରିଥିବାରୁ ଚାଷୀମାନେ ପ୍ରଚଣ୍ଡ ରୌଦ୍ରତାପକୁ ବେଖାତିର କରି ଧାନ,ଗହମ, ପନିପରିବା ଚାଷ କରିବାରେ ସଫଳ ହେଉ ଥିବାରୁ ବିଭାଗୀୟ ଯନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। କାଣ୍ଡେଲ-୨ କରନାଲ କେନାଲ କାମରେ ଶିବ ଶକ୍ତି ପାଣି ପଞ୍ଚାୟତକୁ ଦାୟିତ୍ୱ ଦିଆଯାଇଥିଲା। ସଫଳ ଚାଷୀଙ୍କ ସୁବିଧା ପାଇ ୧୬.୮୦୦ ହେକ୍ଟର ଜମିକୁ ୪ଲକ୍ଷ ୯୯ହଜାର ୮୦୦ଟଙ୍କା ବିନିମୟରେ କେନାଲ କାମ ସମ୍ପୂର୍ଣ୍ଣ କରି୧୪ ଜଣ ଚାଷୀ ଉପକୃତ ହୋଇଛନ୍ତି।

ସେହିପରି କାଣ୍ଡେଲ-୧ ମଧ୍ୟ ସେହିପରି କେନାଲ କାମ କରି ୩୬ଜଣ ସଫଳ ଚାଷୀଙ୍କୁ ଜଳସେଚିତ କରାଯାଇଛି। କାଣ୍ଡେଲ ଗ୍ରାମର ଚାଷୀ ବୃନ୍ଦ ଟାଣ ଖରାରେ ମଧ୍ୟ ଚାଷ କରି ନିଜ ପରିବାର ପୋଷିବାରେ ସମର୍ଥ ହୋଇ ପାରୁଛନ୍ତି। କାଣ୍ଡେଲ ଗ୍ରାମର ଜଣେ ଯୁବ ଚାଷୀ ତଥା ସମାଜସେବୀ ଡ଼.ସଦାନନ୍ଦ ପଟେଲ ୫୦ ହେକ୍ଟରରେ ଚାଷ ଜମିରେ ଧାନଚାଷ, କପା, ମୁଗ, ବିରି, ପନିପରିବା ଚାଷ କରି ଜିଲା ତଥା ରାଜ୍ୟରେ ଜଣେ ଶ୍ରେଷ୍ଠ ଯୁବଚାଷୀ ଭାବେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମାନ୍ୟତା ପାଇଛନ୍ତି।

ସମଗ୍ର କାଣ୍ଡେଲ ଗ୍ରାମ ପଞ୍ଚାୟତକୁ ଜଳସେଚିତ କରିବା ସର୍ଭେ ରିପୋର୍ଟ ମଧ୍ୟ ଜଳସମ୍ପଦ ବିଭାଗକୁ ପଠାଇଥିବାର ମଧ୍ୟ ଜଣାପଡିଛି। ଏ ସଂକ୍ରାନ୍ତରେ ଜଳସମ୍ପଦ ବିଭାଗ ର ସେଚାଞ୍ଚଳ ଉନ୍ନୟନ ବିଭାଜନ- ୬ ଭବାନୀପାଟଣାର କନିଷ୍ଠ ଯନ୍ତ୍ରୀ ରୂପାଶୀକ୍ତା ବେହେରାଙ୍କୁ ପଚାରିବାରୁ ସମଗ୍ର କାଣ୍ଡେଲ ଗ୍ରାମ ପଞ୍ଚାୟତର ସମସ୍ତ ସଫଳ ଚାଷୀଙ୍କୁ ଜଳସେଚିତ କରାଯିବା ପାଇଁ ଅର୍ଥ ମଞ୍ଜୁରୀ ହୋଇଛି। ବର୍ତ୍ତମାନ ୭୫% କାମ ସମ୍ପୂର୍ଣ୍ଣ ହୋଇ ବାକି ଥିବା ଅଞ୍ଚଳରେ କେନାଲ କାମ ଚାଲିଛି ବୋଲି ପ୍ରକାଶ ପାଇଛି।

Share