Posted inଫୁରସତ

ସଫଳ ମହିଳା ଉଦ୍ୟୋଗୀ ସୁରଭି

ନିଜସ୍ବ ପ୍ରଚେଷ୍ଟା ସହ ଦୃଢ ମନୋବଳ ଥିଲେ କୌଣସି କାମ ଅସମ୍ଭବ ହୋଇ ରହେନା; ଯାହା ପ୍ରମାଣ କରି ଦେଖାଇଛନ୍ତି ନୟାଗଡ ଜିଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ ଖୁଦବେହେରା ପାଟଣା ଗ୍ରାମର ସୁରଭି ସାହୁ; ଯିଏକି ନିଜ ପରିଶ୍ରମ ବଳରେ ଜଣେ ସଫଳ ଉଦ୍ୟୋଗୀ ହୋଇପାରିଛନ୍ତି। ସ୍ବାମୀଙ୍କ ଅକାଳ ବିୟୋଗ ପରେ ଦୁଇ ପିଲାଙ୍କ ଭବିଷ୍ୟତକୁ ଆଖିରେ ରଖି କିଛି କରିବାର ନିଷ୍ପତି ନେଲେ। ଦୁଇଜଣ ତାଲିମପ୍ରାପ୍ତ କାରିଗରଙ୍କୁ ଆଣି ଷ୍ଟିଲ୍‌ ଆଲମିରା ତିଆରି ଆରମ୍ଭ କଲେ; ଯାହାର ନାଁ ଦେଲେ ‘କାହ୍ନୁ ଷ୍ଟିଲ ଇଣ୍ଡଷ୍ଟ୍ରିଜ୍‌’। ଲୋକପ୍ରିୟତା ବଢିବା ପରେ ଆହୁରି ୧୦ ଜଣଙ୍କୁ ଆଣି ଆଲମିରା ସହ ଅନ୍ୟାନ୍ୟ ଘରକରଣା ଲୌହ ସାମଗ୍ରୀ ତିଆରି କଲେ। ବିନା ମୂଳଧନରେ ଆରମ୍ଭ କରିଥିବା ତାଙ୍କର ଏହି ବ୍ୟବସାୟ ଏବେ ବେଶ୍‌ ଭଲ ଚାଲିଛି। କାରିଗରମାନେ ମାସକୁ ୧୫ରୁ ୨୦ ହଜାର ଟଙ୍କା ଉପାର୍ଜନ କରିପାରୁଛନ୍ତି। ପ୍ରଥମେ ସୁରଭିଙ୍କ ସ୍ବାମୀ ସୁଦର୍ଶନ ସାହୁ ସୁରଭୀଙ୍କ ନାମରେ ଲୋନ ଆଣିବା ସହ ବିଭିନ୍ନ ବ୍ୟକ୍ତିଙ୍କଠାରୁ ଋଣ ଆଣି ଏହି ବ୍ୟବସାୟ ଆରମ୍ଭ କରିଥିଲେ। ସବୁ ଠିକ୍‌ ଚାଲିଥିବା ବେଳେ ପରେ ତାଙ୍କର କିଡ୍‌ନୀ ଓ ହୃଦ୍‌ରୋଗ ସମସ୍ୟା ଦେଖା ଦେବାରୁ ତାଙ୍କୁ ଚିକିସତ୍ା ପାଇଁ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତୀ କରାଗଲା; ଯେଉଁଥିରେ ସୁରଭିଙ୍କର ଗହଣା ବିକ୍ରୀ ହେବା ସହ ପ୍ରାୟ ୧୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା କରଜ ହୋଇଗଲା। ତେବେବି ମାତ୍ର ୪୮ ବର୍ଷ ବୟସରେ ଚିକିସତ୍ିତ ଅବସ୍ଥାରେ ସୁରଭିଙ୍କ ସ୍ବାମୀଙ୍କର ଅକାଳ ବିୟୋଗ ହେଲା। ଝିଅ ଓ ଛୋଟ ପୁଅର ଭବିଷ୍ୟତ ସହ ବ୍ୟାଙ୍କ ଋଣ, ପୁଣି ଲୋକଙ୍କ ଧାର ଉଧାରର ବୋଝ। ଏଭଳି ସ୍ଥିତିରେ ବି ସୁରଭି ଭାଙ୍ଗି ପଡିଲେନି। ପାଖରେ ବାକିଥିବା କିଛି ଅଳଙ୍କାରକୁ ବ୍ୟାଙ୍କରେ ବନ୍ଧକ ରଖି ୩୦ ହଜାର ଟଙ୍କା, ହାତ ଉଧାରିରେ ୩୦ ହଜାର ଏବଂ କଳାପଥରର ଜନୈକ ବ୍ୟବସାୟୀଙ୍କଠାରୁ ୩୦ ହଜାର ଏପରି ୯୦ ହଜାର ଟଙ୍କା ଯୋଗାଡ଼ କରି ସୁରଭି ୨୦୧୮ ମସିହା ବିଶ୍ୱକର୍ମା ପୂଜା ଅବସରରେ ନିଜର ଦିଅର ଯେକି ଜଣେ ଉତ୍ତମ କାରିଗର, ତାଙ୍କର ସହଯୋଗରେ ଆଉ ୨ ଜଣ କାରିଗରଙ୍କୁ ନେଇ ପୁଣିଥରେ ବ୍ୟବସାୟ ଆରମ୍ଭ କଲେ। ସୁରଭି ଜିନିଷର ଗୁଣବତ୍ତା ଉପରେ ଗୁରୁତ୍ୱ ଦେଉଥିଲେ। ଏହାସହ ତାଙ୍କର ବ୍ୟବହାର ଖୁବ୍‌ ଭଲ ଥିଲା; ଯେଉଁଥିପାଇଁ ଜିଲା ତଥା ଜିଲା ବାହାରର ବ୍ୟବସାୟୀମାନେ ଅଗ୍ରୀମ ଟଙ୍କା ଦେଇ ସେ ସବୁକୁ ନେଇ ଯାଉଥିଲେ। ତାସହ ନିୟମିତ ଭାବରେ କଳାପଥର, ପୁରୀ, ବଲାଙ୍ଗୀର ଆଦି ଅଂଚଳର ବିଭିନ୍ନ ପ୍ରତିଷ୍ଠିତ ବ୍ୟବସାୟୀ ସୁରଭିଙ୍କ ପ୍ରତିଷ୍ଠାନରୁ ଆଲମିରା କ୍ରୟ କରି ନେଉଥିବା ସୁରଭି ପ୍ରକାଶ କରିଛନ୍ତି ା ଏହାଛଡା ସାଧାରଣ ଲୋକମାନେ ମଧ୍ୟ ଏଠାରୁ ଜିନିଷ କ୍ରୟ କରିଥାନ୍ତି। ଏବେ ସୁରଭିଙ୍କ ବ୍ୟବସାୟ ମାସକୁ ୫ରୁ ୮ଲକ୍ଷ ଟଙ୍କା। ତେବେ ସୁରଭି କୁହନ୍ତି, ସରକାରଙ୍କଠାରୁ ପ୍ରୋତ୍ସାହନ ମିଳିଲେ ସେ ତାଙ୍କ ବ୍ୟବସାୟକୁ ଆହୁରି ଆଗକୁ ବଢାଇପାରିବେ। ତେବେ ସୁରଭି ନିୟମିତ ଋଣ ପରିଶୋଧ କରୁଥିବାରୁ କଂଟିଲୋ ୟୁକୋ ବ୍ୟାଙ୍କ ଶାଖା ପରିଚାଳକ ପ୍ରିୟବ୍ରତ ସ୍ବାଇଁ ଉଚ୍ଚ କର୍ତୃପକ୍ଷଙ୍କ ସହ ଆଲୋଚନା କରି ସୁରଭିଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି। ସତ କଥା ହେଲା, ଜିନିଷର ଗୁଣବତା ରହିଲେ ହିଁ ଏହା ଲୋକମାନଙ୍କ ଦ୍ୱାରା ଆଦୃତ ହୋଇପାରିବ। ଏହାଛଡ଼ା ନିଜର ଆତ୍ମବିଶ୍ୱାସ ଓ ଦୃଢ ଇଚ୍ଛାଶକ୍ତି ରହିଲେ ଯେକୌଣସି କାର୍ଯ୍ୟରେ ସଫଳତା ମିଳିପାରିବ ବୋଲି ସୁରଭି କୁହନ୍ତି ା ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ସ୍ବାବଲମ୍ବୀ କରିପାରିଥିବା ସୁରଭି ଅନ୍ୟମାନଙ୍କ ପାଇଁ ନିଶ୍ଚିନ୍ତ ଭାବରେ ପ୍ରେରଣା।
-ଅଜୟ କୁମାର ମହାରଣା


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

ବ୍ଲୁ ଟୁଥ୍‌ ନାମ କାହିଁକି ହେଲା

ବ୍ଲୁଟୁଥ୍‌ ଏକ ଓ୍ବେରଲେସ୍‌ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍‌ ରେଞ୍ଜରେ ଥିବା ଡିଭାଇସ୍‌କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା...

ମା’ଙ୍କ ହାତରେ ମୋ ପ୍ରଥମ ରୋଜଗାର ଟଙ୍କା

ମୁଁ ମହାବିଦ୍ୟାଳୟ ଶିକ୍ଷା ସମାପ୍ତ ପରେ ଚାକିରି ସନ୍ଧାନରେ ଥିଲି। ପରେ ନିଜ ଗାଁ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷକ ରୂପେ ଯୋଗଦେଇଥିଲି। ସେଠିକାର ଶିକ୍ଷାଦାନ ପଦ୍ଧତି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri