ଜିସାଟ୍‌-୨୪ର ସଫଳ ଉତ୍‌କ୍ଷେପଣ…

ଫ୍ରେଞ୍ଚ ଗୁଏନା, ୨୩।୬ : ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ) ଦ୍ୱାରା ନିର୍ମିତ ଜିସାଟ୍‌-୨୪ ଉପଗ୍ରହକୁ ଦକ୍ଷିଣ ଆମେରିକାର ଫ୍ରେଞ୍ଚ ଗୁଏନା କୋଏରୋରୁ ଗୁରୁବାର ଫ୍ରାନ୍ସର କମ୍ପାନୀ ଆରିୟାନସ୍ପେସ ଦ୍ୱାରା ସଫଳତାର ସହିତ ଉତ୍‌କ୍ଷେପଣ କରାଯାଇଛି।

ଜିସାଟ୍‌-୨୪ ହେଉଛି ଏକ କେୟୁ-୨୪ ବ୍ୟାଣ୍ଡ୍‌ ସଞ୍ଚାର ଉପଗ୍ରହ। ଡିଟିଏଚ୍‌ ପ୍ରୟୋଗର ଆବଶ୍ୟକତାକୁ ପୂରଣ କରିବା ପାଇଁ ଏହା କାର୍ଯ୍ୟ କରିବ। ଏହାର ଓଜନ ୪୧୮୦ କିଲୋଗ୍ରାମ ।

ସ୍ପେସ ସେକ୍ଟର ସଂସ୍କାର ପରେ ନ୍ୟୁ ସ୍ପେସ ଇଣ୍ଡିଆ ଲିମିଟେଡ (ଏନଏସଆଇଏଲ) ଦ୍ୱାରା ଆରମ୍ଭ ହୋଇଥିବା ଏହା ହେଉଛି ପ୍ରଥମ ଚାହିଦା ପରିଚାଳିତ ଯୋଗାଯୋଗ ଉପଗ୍ରହ ମିଶନ। ମହାକାଶ ବିଭାଗ ଅଧୀନରେ ଥିବା ଭାରତର ଏକ ସରକାରୀ କମ୍ପାନୀ ଏନଏସଆଇଏଲ ଟାଟା ପ୍ଲେକୁ ସମଗ୍ର ଉପଗ୍ରହର କ୍ଷମତାକୁ ଲିଜ ଦେଇଛି।

Share