Categories: ଜାତୀୟ

ଏସ୍‌ଏସ୍‌ଏଲଭି-ଡି-୧ର ସଫଳ ଉତ୍‌କ୍ଷେପଣ…

ଶ୍ରୀହରିକୋଟା,୭।୮ : ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ରବିବାର ଏହାର ପ୍ରଥମ ଛୋଟ ରକେଟ ସ୍ମଲ୍‌ ସାଟେଲାଇଟ ଲଞ୍ଚ ଭେହିକିଲ ଏସ୍‌ଏସ୍‌ଏଲଭି-ଡି-୧ ପୂର୍ବାହ୍ନ ୯ଟା ୧୮ରେ ସଫଳତାର ସହିତ ଉତ୍‌କ୍ଷେପଣ କରିଛି। ଏହି ମିଶନକୁ ଏସ୍‌ଏସ୍‌ଏଲଭି-ଡି-୧/ ଇଓଏସ-୦୨ କୁହାଯାଉଛି। ଇସ୍ରୋର ରକେଟ ଏସ୍‌ଏସ୍‌ଏଲଭି-ଡି-୧ ଶ୍ରୀହରିକୋଟାର ଲଞ୍ଚ ପ୍ୟାଡରୁ ଉତ୍‌କ୍ଷେପଣ କରାଯାଇଛି।

୫୦୦ କିଲୋଗ୍ରାମ ପର୍ଯ୍ୟନ୍ତ ସର୍ବାଧିକ କାର୍ଗୋ କ୍ଷମତା ବିଶିଷ୍ଟ ଏହି ରକେଟରେ ଏକ ଆର୍ଥ ଅବଜରଭେସନ ସାଟେଲାଇଟ -୦୨ (ଇଓଏସ-୦୨) ବହନ କରିଛି। ଯାହା ପୂର୍ବରୁ ’ମାଇକ୍ରୋସାଟେଲାଇଟ-୨ ଏ’ ଭାବରେ ଜଣାଶୁଣା ଥିଲା। ଏହାର ଓଜନ ପ୍ରାୟ ୧୪୨ କିଲୋଗ୍ରାମ ।

୭୫୦ ଛାତ୍ରଙ୍କ ଦ୍ୱାରା ନିର୍ମିତ ଆଜାଦି ସେଟ ମଧ୍ୟ ଲଞ୍ଚ କରାଯାଇଛି। ଏସ୍‌ଏସ୍‌ଏଲଭି ଉପଗ୍ରହ ମଧ୍ୟ ୬ମିଟର ରିଜୋଲ୍ୟୁସନ ବୀଶିଷ୍ଟ ଇନଫ୍ରାରେଡ କ୍ୟାମେରା ବହନ କରୁଛି। ଏହା ଉପରେ ସ୍ପେସ କିଡଜ ଇଣ୍ଡିଆ ଦ୍ୱାରା ପରିଚାଳିତ ସରକାରୀ ବିଦ୍ୟାଳୟର ୭୫୦ ଛାତ୍ରଙ୍କ ଦ୍ୱାରା ନିର୍ମିତ ଆଠ କିଲୋଗ୍ରାମ ଆଜାଦି ସେଟ ଉପଗ୍ରହ ମଧ୍ୟ ଅଛି। ଏକ କ୍ୟୁବ ସେଟ ଅଛି, ଏଥିରେ ହାରାହାରି ୫୦ ଗ୍ରାମ ଓଜନ ବିଶିଷ୍ଟ ୭୫ଟି ଉପକରଣ ରହିଛି। ସ୍ପେସ କିଡଜ ଇଣ୍ଡିଆ ଅନୁଯାୟୀ, ଏହି ପ୍ରକଳ୍ପର ମହତ୍ତ୍ୱ ହେଉଛି ସ୍ବାଧୀନତାର ୭୫ ତମ ବାର୍ଷିକୀ ଅବସରରେ ଏହା ନିର୍ମିତ ହୋଇଛି ।

୩୪ ମିଟର ଉଚ୍ଚ ଏସ୍‌ଏସ୍‌ଏଲଭିର ବ୍ୟାସ ୨ ମିଟର। ଏଥିରେ ୨.୮ ମିଟର ବ୍ୟାସ ବିଶିଷ୍ଟ ପିଏସଏଲଭି ଏହାଠାରୁ ୧୦ ମିଟର ଉଚ୍ଚ ରହିଛି। ଏସ୍‌ଏସ୍‌ଏଲ୍‌ଭି ହେଉଛି ଏକ ୪ ଷ୍ଟେଜ୍‌ ରକେଟ। ପ୍ରଥମ ୩ ଷ୍ଟେଜ୍‌ରେ ସାଧାରଣ ଇନ୍ଧନ ବ୍ୟବହାର ହେବ। ଚତୁର୍ଥ ଷ୍ଟେଜ୍‌ ହେଉଛି ଲିକ୍ୱିଡ ପ୍ରପୁଲଶନ ଆଧାରିତ ଭେଲୋସିଟି ଟ୍ରାଇମିଂ ମଡ୍ୟୁଲ ଯାହା ଉପଗ୍ରହଗୁଡ଼ିକୁ ସେମାନଙ୍କ କକ୍ଷପଥରେ ପହଞ୍ଚାଇବାରେ ସାହାଯ୍ୟ କରିବ।

Share