ସଫଳ ମାଣ୍ଡିଆ ଚାଷୀ ସନା ଖରା

ମାଲକାନଗିରି,୧୪ା୧୧ (ଡି.ଏନ୍‌.ଏ): ରାଜ୍ୟ ସରକାର ଓଡିଶା ମିଲଟ୍‌ ମିଶନ ଜରିଆରେ ମାଣ୍ଡିଆ ଚାଷକୁ ଅଗ୍ରାଧିକାର ଦେଇ ଆସୁଛନ୍ତି। ମାଲକାନଗିରି ଜିଲାର ଚାଷୀମାନେ ପାହାଡ ପର୍ବତରେ ଜଙ୍ଗଲ ସଫା କରି ମାଣ୍ଡିଆ ଚାଷ କରୁଛନ୍ତି। ସେହିପରି ଜଣେ ସଫଳ ମାଣ୍ଡିଆ ଚାଷୀ ହେଲେ ଖଇରପୁଟ ବ୍ଲକ ପୋଡାଘାଟ ପଞ୍ଚାୟତ ପାକନାମୁହାଁ ଗ୍ରାମର ସନା ଖରା । ସେ ନିଜର ୨ ଏକର ଜକିରେ ମାଣ୍ଡିଆ ଚାଷ କରି ଜିଲାରେ ସୁନାମ ଅର୍ଜନ କରିଛନ୍ତି। ଏନେଇ ସନା କହନ୍ତି, ତାଙ୍କ ପୂର୍ବପୁରୁଷ ଅମଳରୁ ଜଙ୍ଗଲ ସଫା କରି ବିଭିନ୍ନ ଚାଷ କରିଥିଲେ ମଧ୍ୟ ମାଣ୍ଡିଆ ଚାଷକୁ ଆମେ ଗୁରୁତ୍ୱ ଦେଇଥାଉ। ମାଣ୍ଡିଆ ଜାଉ ଖାଇବା ଦ୍ୱାରା ଶରୀର ଶକ୍ତିଶାଳୀ ହେବା ସହ କୌଣସି ରୋଗ ହୁଏନାହିଁ। ମାଣ୍ଡିଆ ଆମର ପାରମ୍ପରିକ ଚାଷ ହୋଇଥିଲେ ମଧ୍ୟ ଉନ୍ନତ ପ୍ରଣାଳୀ ଚାଷ ସମ୍ପର୍କରେ ଆମେ ବିଶେଷ କିଛି ଜାଣି ନ ଥିବାରୁ ଉପତ୍ାଦନ ବୃଦ୍ଧି ହୋଇପାରୁ ନ ଥିଲା। ଏ ଦିଗରେ ଖଇରପୁଟ ନେତାଜୀ ଉନ୍ନୟନ ସମିତି ଆମକୁ ମାଣ୍ଡିଆ ବିହନ, ଉନ୍ନତ ମାନର ଚାଷ ପ୍ରଣାଳୀ, ପ୍ରୋତ୍ସାହନ ଯୋଗାଇ ଦେଇଛନ୍ତି। ଫଳରେ ଏବେ ମୁଁ ୨ ଏକର ଜମିରେ ଉନ୍ନତମାନର ମାଣ୍ଡିଆ ଚାଷ କରିପାରୁଛି ବୋଲି ପ୍ରକାଶ କରିଛନ୍ତି ସନା।

Share