ବାଲେଶ୍ୱର ଅଫିସ, ୨୮।୬: ବାଲେଶ୍ୱରସ୍ଥିତ ଚାନ୍ଦିପୁର ଅଞ୍ଚଳରେ ଥିବା ଭାରତୀୟ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା (ଡିଆରଡିଓ) ପକ୍ଷରୁ ସୋମବାର ଅଗ୍ନି-୧ କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଛି। ପୂର୍ବାହ୍ନ ୧୦.୫୫ ମିନିଟ ସମୟରେ କଲାମ ଦ୍ବୀପର ୪ ନମ୍ବର ଲଞ୍ଚପ୍ୟାଡରୁ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଥିଲା। ଭୂପୃଷ୍ଠରୁ ଭୂପୃଷ୍ଠ ନିକ୍ଷେପ କରାଯାଇପାରୁଥିବା ଏହି ଆଣବିକ ଶକ୍ତିସମ୍ପନ୍ନ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୧୦୦୦ରୁ ୨୦୦୦ କିଲୋମିଟର ରହିଛି। ସ୍ବଦେଶୀ ଜ୍ଞାନକୌଶଳରେ ଏହି କ୍ଷେପଣାସ୍ତ୍ରର ବିକାଶ କରାଯାଇଛି ବୋଲି କୁହାଯାଉଛି।ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ପରେ ଡିଆରଡିଓ ଟିମ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।