ଅଗ୍ନି-୫ର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ,୨୮।୧୦: ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ଭାରତର ବ୍ରହ୍ମାସ୍ତ୍ର କୁହାଯାଉଥିବା ଅଗ୍ନି-୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରାଯାଇଛି। ବୁଧବାର ରାତି ପ୍ରାୟ ୭ଟା ୫୦ ମିନିଟ୍‌ରେ ଡିଆରଡିଓ ପକ୍ଷରୁ ଅବଦୁଲ କଲାମ ଦ୍ୱୀପରୁ ଉତ୍‌କ୍ଷେପଣ କରାଯାଇଥିଲା। ଏହି କ୍ଷେପଣାସ୍ତ୍ର ୫ରୁ ୮ ହଜାର କି.ମି. ରେଞ୍ଜ ଭିତରେ ଶତ୍ରୁପକ୍ଷକୁ ଧ୍ୱଂସ କରିବାର କ୍ଷମତା ରଖିଛି। ଏହା ଅଗ୍ନି ସିରିଜ୍‌ର ଶକ୍ତିଶାଳୀ ଭର୍ଶନ। ଘଣ୍ଟାକୁ ପ୍ରାୟ ୩୦ ହଜାର କି.ମି. ବେଗରେ ଗତି କରିପାରୁଥିବା ଏହି କ୍ଷେପଣାସ୍ତ୍ର ୩ ସ୍ତରୀୟ ଇଞ୍ଜିନ ବିଶିଷ୍ଟ। ଏହା ଉଭୟ ଅଣୁ ଓ ପରମାଣୁ ଯୁଦ୍ଧାସ୍ତ୍ର ଧାରଣ କରିବାର କ୍ଷମତା ରଖିଛି। ଏହି କ୍ଷେପଣାସ୍ତ୍ରର ଓଜନ ୫୦ ହଜାର କି.ଗ୍ରା.। ଏହାର ଚଉଡା ୨ ମିଟର ହୋଇଥିବା ବେଳେ ଉଚ୍ଚତା ୧୭. ୫ ମିଟର। ୨୦୧୬ରେ ମଧ୍ୟ ଏହାର ସଫଳ ପରୀକ୍ଷଣ ହୋଇଥିଲା।

Share