ବାଲେଶ୍ୱର ଅଫିସ,୨୩।୬: ‘ଆକାଶ ନ୍ୟୁ ଜେନେରେଶନ ’ମିସାଇଲର ବ୍ୟାବହାରିକ ପରୀକ୍ଷଣ ହୋଇଛି । ବାଲେଶ୍ୱର ଚାନ୍ଦିପୁର ୩ ନମ୍ବର ଲଞ୍ଚପ୍ୟାଡରୁ ମଧ୍ୟାହ୍ନରେ ପରୀକ୍ଷଣ ହୋଇଛି। ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ ହୋଇପାରୁଥିବା ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର । ଏହା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ବେଳେ ଏହାର ଲକ୍ଷ୍ୟଭେଦ କ୍ଷମତା ୪୦ କି.ମି. ରହିଛି । ପରୀକ୍ଷାରେ ରାଡ଼ାରରୁ ମିଳିଥିବା ତଥ୍ୟକୁ ପ୍ରତିରକ୍ଷା ବିଭାଗର ବୈଜ୍ଞାନିକମାନେ ସମୀକ୍ଷା କରୁଛନ୍ତି। ଏହା ପରେ ଏହି ମିସାଇଲର କାର୍ଯ୍ୟକାରିତା ଉପରେ ତଥ୍ୟ ସ୍ପଷ୍ଟ ହେବ।