ବାଲେଶ୍ବର ଅଫିସ ୨୨।୨: ବାଲେଶ୍ୱର ଜିଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନଂ. ଲଞ୍ଚପ୍ୟାଡ୍ରୁ ସୋମବାର ୧.୨୮ ମିନିଟରେ ପ୍ରଥମ ରାଉଣ୍ଡ ଭିଏଲ ଏସ୍ଆର ସାମ୍ କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ ହୋଇଛି। VL SRSAM ହେଉଛି Vertically Lunched Short Range Surface to Air Missile। ଏହାର ଲକ୍ଷଭେଦ କ୍ଷମତା ୨୫ରୁ ୩୦ କିଲୋମିଟର ରହିଥିଲା। ରାଡ଼ାରରୁ ସଂଗୃହିତ ତଥ୍ୟକୁ ପ୍ରତିରକ୍ଷା ବୌଜ୍ଞାନିକମାନେ ସମୀକ୍ଷା କରୁଛନ୍ତି । ଏହି ପରୀକ୍ଷା ପାଇଁ ୩ ନଂ. ଲଞ୍ଚପ୍ୟାଡ଼ର ଅଢେଇ କିଲୋମିଟର ଦୂରତା ମଧ୍ୟରେ ଥିବା ପ୍ରାୟ ୮ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା ।