Categories: ଜାତୀୟ

ପିନାକା-ଇଆର୍‌ ରକେଟର ସଫଳ ପରୀକ୍ଷଣ, ସେନାର ଶକ୍ତିରେ ବୃଦ୍ଧି…

ପୋଖରନ୍‌,୧୧।୧୨: ପିନାକା ରକେଟ ଲଞ୍ଚର୍‌ ସିଷ୍ଟମର ସାମର୍ଥ୍ୟକୁ ବୃଦ୍ଧି କରିବା ଲାଗି ଡିଆର୍‌ଡିଓ ପକ୍ଷରୁ ପୋଖରାନ ରେଞ୍ଜରେ ପିନାକାର ଏକ୍ସଟେଣ୍ଡ୍‌ ରେଞ୍ଜ (ପିନାକା-ଇଆର୍‌) ମଲ୍ଟି ବ୍ୟାରେଲ ରକେଟ ଲଞ୍ଚର୍‌ ସିଷ୍ଟମର ସଫଳତାର ସହି ପରୀକ୍ଷଣ ହୋଇଛି। ଡିଆର୍‌ଡିଓ ଲାବୋରେଟୋରୀରେ ଏହି ସିଷ୍ଟମର ଡିଜାଇନ ପ୍ରସ୍ତୁତ କରାଯାଇଛି ।

ପୁଣେ ସ୍ଥିତ ଆର୍ମାମେଣ୍ଟ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ ଏଆର୍‌ଡିଏ) ଏବଂ ଉଚ୍ଚ ଶକ୍ତି ସାମଗ୍ରୀ ଅନୁସନ୍ଧାନ ଲାବୋରେଟୋରୀ (ଏଚ୍‌ଇଏମ୍‌ଆର୍‌ଏଲ୍‌)ଦ୍ୱାରା ମିଳିତ ସହଯୋଗରେ ଏହି ରକେଟ ସିଷ୍ଟମ ବିକଶିତ ହୋଇଛି। ସଫଳ ପରୀକ୍ଷଣ ପରେ ଏହାକୁ ସେନାରେ ସାମିଲ କରାଯାଇଛି ।

ଗତ ଦଶନ୍ଧି ଧରି ସେନାରେ ସେବା ଜାରି ରଖିଥିବା ପିନାକାର ଏକ ବିକଶିତ ସଂସ୍କରଣ ହେଉଛି ଇଆର୍‌-ପିନାକା । ନୂତନ ଟେକ୍ନୋଲୋଜି ସହିତ ଦେଶର ପ୍ରତିରକ୍ଷା କ୍ଷେତ୍ରର ଆବଶ୍ୟକତାକୁ ଧ୍ୟାନରେ ରଖି ଏହି ସିଷ୍ଟମକୁ ଡିଜାଇନ କରାଯାଇଛି।

Share