ବାଲେଶ୍ୱର ଅଫିସ,୨୭ା୩: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ସ୍ଥଳଭାଗରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ପେକ୍ଷଣାସ୍ତ୍ର ଏସ୍ଆରଏସ୍ଏମ୍ ସଫଳ ଉତ୍କ୍ଷେପଣ ହୋଇଛି। ରବିବାର ପୂର୍ବାହ୍ନରେ ଚାନ୍ଦିପୁର କ୍ଷେପଣାସ୍ତ୍ର କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡରୁ ଏହି ପରୀକ୍ଷଣ ହୋଇଛି। ତେବେ ସୁରକ୍ଷା ଦୃଷ୍ଟିରୁ ଏହି ମିସାଇଲ ପରୀକ୍ଷଣ ପାଇଁ ଲଞ୍ଚପ୍ୟାଡ୍ର ଅଢ଼େଇ କିଲୋମିଟର ପରିଧି ମଧ୍ୟରେ ଥିବା ୬ଟି ଗାଁର ୭ ହଜାର ଲୋକଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯାଇଛି ।