ପ୍ରଥମ କୋଭିଡ୍‌ ଟିକାର ସଫଳ ପରୀକ୍ଷା

ମସ୍କୋ,୧୩ା୭: ରୁଷିଆ ଦ୍ୱାରା ପ୍ରସ୍ତୁତ ବିଶ୍ୱର ପ୍ରଥମ କରୋନା ଟିକାର କ୍ଲିନିକାଲ ପରୀକ୍ଷା ସଫଳ ହୋଇଛି। ସେଚେନୋଭ୍‌ ଫାଷ୍ଟ ମସ୍କୋ ଷ୍ଟେଟ୍‌ ମେଡିକାଲ ୟୁନିଭର୍ସିଟିରେ ଏହାର ପରୀକ୍ଷା ସଫଳତାର ସହ ସମ୍ପୂର୍ଣ୍ଣ ହୋଇଥିବା ଇନ୍‌ଷ୍ଟିଚ୍ୟୁଟ୍‌ ଫର ଟ୍ରାନ୍ସଲେଶନାଲ ମେଡିସିନ୍‌ ଆଣ୍ଡ ବାୟୋଟେକ୍‌ନୋଲୋଜିର ନିର୍ଦ୍ଦେଶକ ଭାଡିମ୍‌ ଟାରାସୋଭ୍‌ କହିଛନ୍ତି। ସ୍ବେଚ୍ଛାସେବୀମାନଙ୍କ ପ୍ରଥମ ଗ୍ରୁପ୍‌, ଯେଉଁମାନଙ୍କ ଉପରେ ଏହି ପରୀକ୍ଷା ହୋଇଥିଲା ସେମାନଙ୍କୁ ବୁଧବାର ଓ ଦ୍ୱିତୀୟ ଗ୍ରୁପ୍‌ଙ୍କୁ ୨୦ ତାରିଖରେ ଛାଡ଼ିଦିଆଯିବ। ରୁଷିଆର ଗାମେଲେଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏପିଡେମିଓଲୋଜି ଆଣ୍ଡ୍‌ ମାଇକ୍ରୋବାୟୋଲୋଜି ପକ୍ଷରୁ ପ୍ରସ୍ତୁତ ହୋଇଥିବା କୋଭିଡ୍‌ ଟିକାର ପରୀକ୍ଷା ଜୁନ୍‌ ୧୮ରୁ ଆରମ୍ଭ ହୋଇଥିଲା। ଟିକାକୁ ନିରାପଦର ସହିତ ମଣିଷ ଦେହରେ ପ୍ରୟୋଗ କରାଯାଇପାରିବ ବୋଲି ଏହି ପରୀକ୍ଷାରୁ ସ୍ପଷ୍ଟ ହୋଇଛି। ଏହାକୁ ଆଧାର କରି ଟିକାକୁ ଅଧିକ ବିକଶିତ କରାଯାଇପାରିବ।

Share