Categories: ଜାତୀୟ

ଅଗ୍ନି ପ୍ରାଇମ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ…

ନୂଆଦିଲ୍ଲୀ, ୧୮।୧୨: ଭାରତ ଶନିବାର ସଫଳତାର ସହ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ପରୀକ୍ଷଣ କରିଛି। ଏହି କ୍ଷେପଣାସ୍ତ୍ରଟି ଓଡିଶାର ବାଲେଶ୍ୱରର ଚାନ୍ଦିପୁର ସ୍ଥିତ ଅବ୍ଦୁଲ୍‌ କାଲାମ ଦ୍ୱୀପରୁ ପୂର୍ବାହ୍ନ ୧୧ଟା ୬ରେ ଉତ୍‌କ୍ଷେପଣ କରାଯାଇଛି। ଅଗ୍ନି ପ୍ରାଇମ୍‌ ମିଜାଇଲ୍‌ ହେଉଛି ଅଗ୍ନି ସିରିଜର ଏକ ନୂତନ ପିଢ଼ିର ଉନ୍ନତ କ୍ଷେପଣାସ୍ତ୍ର। ଏହାର ଲକ୍ଷ୍ୟଭେଦ କ୍ଷମତା ୧୦୦୦ ରୁ ୨୦୦୦ କିଲୋମିଟର ରହିଛି।

ଅଗ୍ନି ପ୍ରାଇମ୍‌ ହେଉଛି ବାଲିଷ୍ଟିକ କ୍ଷେପଣାସ୍ତ୍ରର ଅଗ୍ନି ସିରିଜର ଷଷ୍ଠ କ୍ଷେପଣାସ୍ତ୍ର। ଏହି କ୍ଷେପଣାସ୍ତ୍ର ଭୂପୃଷ୍ଠରୁ ଭୂପୃଷ୍ଠ କ୍ଷେପଣାସ୍ତ୍ର। ଏହି ପରମାଣୁ ସକ୍ଷମ କ୍ଷେପଣାସ୍ତ୍ରକୁ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆର୍‌ଡିଓ) ଦ୍ୱାରା ପରିକଳ୍ପନା ଏବଂ ବିକଶିତ କରାଯାଇଛି। ଅଗ୍ନି ପ୍ରାଇମ୍‌କୁ ଟ୍ରେନରେ ପରିବହନ ଯାଇପାରେ କିମ୍ବା ଏକ କ୍ୟାଣ୍ଟର ମଧ୍ୟରେ ରଖାଯାଇ ପାରିବ।

Share