Categories: ଜାତୀୟ

ଅଗ୍ନି ପ୍ରାଇମ୍‌ର ସଫଳ ପରୀକ୍ଷଣ, ଲକ୍ଷ୍ୟଭେଦ କ୍ଷମତା ୨୦୦୦ କିଲୋମିଟର…

ବାଲେଶ୍ୱର,୨୮।୬(ବ୍ୟୁରୋ): ଭାରତର ପ୍ରତିରକ୍ଷା କ୍ଷମତାରେ ପୁଣି ବୃଦ୍ଧି ଘଟିଛି। ସୋମବାର ପୂର୍ବାହ୍ନ ୧୦ଟା ୫୫ରେ ଓଡ଼ିଶାର ବାଲେଶ୍ୱରସ୍ଥିତ ଅବଦୁଲ୍‌ କାଲାମ ଦ୍ୱୀପରୁ ଅଗ୍ନି ସିରିଜ୍‌ର ନୂଆ କ୍ଷେପଣାସ୍ତ୍ର ଅଗ୍ନି ପ୍ରାଇମ୍‌ର ସଫଳ ପରୀକ୍ଷଣ କରାଯାଇଛି। ଏହାର ଲକ୍ଷ୍ୟଭେଦ କ୍ଷମତା ୧୦୦୦ରୁ ୨୦୦୦ କିଲୋମିଟର ରହିଛି। ଏହା ଆଣବିକ ଅସ୍ତ୍ର ଦ୍ୱାରା ଶତ୍ରୁ ଉପରେ ଆକ୍ରମଣ କରିବାକୁ ସକ୍ଷମ ବୋଲି ଡିଆର୍‌ଡିଓ ପକ୍ଷରୁ ସୂଚନା ଦିଆଯାଇଛି। ଏହା ୧୦୦୦ କିଲୋଗ୍ରାମ୍‌ର ପେ ଲୋଡ୍‌ ବୋହି ନେବାକୁ ସକ୍ଷମ। ସୂଚନାଯୋଗ୍ୟ, ୧୯୮୯ରେ ଅଗ୍ନି କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ କରାଯାଇଥିଲା। ଏହାର ଲକ୍ଷ୍ୟଭେଦ କ୍ଷମତା ୭୦୦ରୁ ୯୦୦ କିଲୋମିଟର ଥିଲା। ଇତିମଧ୍ୟରେ ଭାରତ ଅଗ୍ନି ସିରିଜ୍‌ର ଅଗ୍ନି-୧. ଅଗ୍ନି-୨, ଅଗ୍ନି-୩, ଅଗ୍ନି-୪, ଅଗ୍ନି-୫ ଆଦି ୫ କ୍ଷେପଣାସ୍ତ୍ର ନିର୍ମାଣ କରି ସାରିଛି। ଅଗ୍ନି-୪ ଏବଂ ଅଗ୍ନି-୫ର ନିର୍ମାଣ ଶୈଳୀର ଜ୍ଞାନକୌଶଳ ଆଧାରରେ ଅଗ୍ନି ପ୍ରାଇମ୍‌କୁ ତିଆରି କରାଯାଇଛି।

Share