ହସ୍ପିଟାଲରେ ବାଘ ଆଖିର ସଫଳ ଅପରେଶନ୍‌…

କେମ୍ବ୍ରିଜ୍‌,୧୬।୫: ପୃଥିବୀରେ ପ୍ରଥମ ଥର ପାଇଁ ଏକ ବାଘ ଆଖିର ସଫଳ ଅପରେଶନ୍‌ କରାଯାଇଛି। କେମ୍ବ୍ରିଜ୍‌ ନିକଟରେ ଥିବା ଶେର୍ପେଥ୍‌ ବନ୍ୟପ୍ରାଣୀ ପାର୍କରେ ଏଭଳି ଘଟିଛି। ଏଠାରେ ରହୁଥିବା ୧୭ ବର୍ଷ ବୟସ୍କ ୯୩ କିଲୋଗ୍ରାମ୍‌ ଓଜନର ରତ୍ନା ନାମକ ଏକ ସୁମାତ୍ରା ବାଘର ବାମ ଆଖିର ଅପରେଶନ୍‌ କରାଯାଇଛି। ପୂର୍ବରୁ ରତ୍ନାର ଆଖିରେ ଥିବା କାଟାରାକ୍ଟକୁ ବାହାର କରାଯାଇଥିଲା।

ତେବେ ପରବର୍ତ୍ତୀ ସମୟରେ ଆଖିର କୋର୍ନିଅଲ୍‌ରେ ଘା ହୋଇଯାଇଥିଲା। କେମ୍ବିଜ୍‌ ବିଶ୍ୱ ବିଦ୍ୟାଳୟର କୁଇନ୍ସ୍‌ ଭେଟେରିନାରୀ ସ୍କୁଲ ହସ୍ପିଟାଲରେ ଡାକ୍ତର ଡେଭିଡ୍‌ ଓ୍ବିଲିୟମ୍‌ ଅଧାଘଣ୍ଟା ଧରି ରତ୍ନାର ଆଖି ଅପରେଶନ୍‌ କରିଥିଲେ। ଦୁଇମାସ ପରେ ରତ୍ନା ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିବା ଓ୍ବିଲିୟମ୍‌ କହିଛନ୍ତି।

Share