Categories: ବାଣିଜ୍ୟ

ପଟିଆରେ ସକ୍ସେସ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୪।୯: ଦେଶର ପ୍ରମୁଖ ମେନ୍ସୱେର ବ୍ରାଣ୍ଡ୍‌ ‘ସକ୍ସେସ୍‌’ର ନୂତନ ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଶନିବାର ଭୁବନେଶ୍ୱରର ପଟିଆଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁଶାନ୍ତ ରାଉତଙ୍କ ସମେତ ଭୁବନେଶ୍ୱର ମହାନଗର ନିଗମର କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ, ମୋନାଲିସା ବେହେରା,ଲକ୍ଷ୍ମୀପ୍ରିୟା ପରିଡ଼଼ା, କର୍ପୋରେଟର ମିହିର କୁମାର ରାଉତ ସମ୍ମାନିତ ଅତିଥି ଭାବେ ଅତିଥି ଭାବେ ଯୋଗଦେଇଥିଲେ। ଏହି ପରିପ୍ରେକ୍ଷୀରେ ସକ୍ସେସ୍‌ର ଏମ୍‌ଡି ରଜନୀଶ ସେଠିଆ କହିଛନ୍ତି, ପଟିଆରେ ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ର ଶୁଭାରମ୍ଭ କରି ଆମେ ବେଶ୍‌ ଉତ୍ସାହିତ । ଏପରିକି ଓଡ଼ିଶା (ଭୁବନେଶ୍ୱର) ଆମ ପାଇଁ ଏକ ପ୍ରମୁଖ ବଜାର ପାଲଟିଛି। ଏହା ପୂର୍ବରୁ ଓଡ଼ିଶାରେ ଆମର ୫ଟି ଷ୍ଟୋର ରହିଛି। ଖୁବ୍‌ଶୀଘ୍ର କଟକ, ବ୍ରହ୍ମପୁର, ରାଉରକେଲା, ତାଳଚେର, ପୁରୀ, ଜଟଣୀ, ସମ୍ବଲପୁର ଓ ବଲାଙ୍ଗୀର ଭଳି ସହରରେ ନୂତନ ଷ୍ଟାର ସହ ବ୍ୟବସାୟ ସମ୍ପ୍ରସାରଣ ପାଇଁ ଯୋଜନା ରହିଛି। ସେହିଭଳି ଆମର ବର୍ତ୍ତମାନ ୨୦ରୁ ଅଧିକ ସ୍ବତନ୍ତ୍ର ବ୍ରାଣ୍ଡ୍‌ ଆଉଟ୍‌ଲେଟ୍‌ ସହ ୩୭୫ରୁ ଅଧିକ ମଲ୍ଟି ବ୍ରାଣ୍ଡ୍‌ ଆଉଟ୍‌ଲେଟ୍‌ ଏବଂ ୪୫ ଶପ୍‌ ଇନ୍‌ ଶପ୍‌ ଫର୍ମାଟ ଷ୍ଟୋର୍‌ ରହିଛି। ସେହିଭଳି ଭୁବନେଶ୍ବର ଫ୍ରାଞ୍ଚାଇଜ୍‌ ପାର୍ଟନର ରୂପେଶ ଧାମେଜା କହିଛନ୍ତି, ଆମର ଉତ୍କଳ ଗ୍ୟାଲେରିଆ, ଡିଏନ୍‌ ରେଗାଲିଆ ଏବଂ ଜନପଥଠାରେ ମଧ୍ୟ ସକ୍ସେସ୍‌ ଏକ୍ସକ୍ଲୁସିଭ ବ୍ରାଣ୍ଡ ଆଉଟଲେଟ୍‌ ରହିଛି। ଆମର ସମସ୍ତ ଗ୍ରାହକଙ୍କୁ ସେମାନଙ୍କର ଅତ୍ୟଧିକ ସମର୍ଥନ ପାଇଁ କୃତଜ୍ଞ ବୋଲି ସେ ମତପ୍ରକାଶ କରିଛନ୍ତି।

Share