Categories: ଫୁରସତ

ଏତେ ବଡ଼ ପତ୍ର!

ପୋଖରୀରେ ଫୁଟିଥିବା କଇଁ ଫୁଲ ଏତେ ସୁନ୍ଦର ଦେଖାଯାଏ ଯେ, ଘଡ଼ିଏ ଚାହିଁ ରହିବାକୁ ଇଚ୍ଛା ହୁଏ। ଆଉ ତାକୁ ତୋଳି ଆଣିବାକୁ ମନ ହୁଏ। କଇଁ ଫୁଲର ପତ୍ର ବି ସମସ୍ତେ ଦେଖିଥିବେ। ତେବେ ଆମେ ଏଠି ଯେଉଁ ପତ୍ର କଥା କହୁଛୁ ସେ ବି ଏକ ପ୍ରକାରର କଇଁ ଫୁଲର ପତ୍ର। ହେଲେ ଏହି ପତ୍ର ଏତେ ବଡ଼ ଯେ, ତା’ ଉପରେ ଜଣେ ବୟସ୍କ ବ୍ୟକ୍ତି ଆରାମରେ ଶୋଇପାରିବ। ପାଣି ଉପରେ ଭାସୁଥିବା ଏହି ପତ୍ର ଏକ ଗୋଲାକାର ଶେଯ ଭଳି ଲାଗେ। ଏହ କଇଁ ଫୁଲର ନାମ ହେଉଛି ଭିକ୍ଟୋରିଆ ବଲିଭିଆନା ଓ୍ବାଟର ଲିଲି। ଏହାର ବ୍ୟାସ ପ୍ରାୟ ୧୦ ଫୁଟ୍‌ ୬ ଇଞ୍ଚର ହେବାବେଳେ ପତ୍ର ଧାରର ମୋଟେଇ ୧୭ ସେ.ମି. ହୋଇଥାଏ। ତେଣୁ ଏହା ଗିନିଜ ଓ୍ବାଲର୍‌ଡ ରେକର୍ଡସ୍‌ରେ ସବୁଠାରୁ ବଡ଼ ଅବିଭକ୍ତ ପତ୍ରର ମାନ୍ୟତା ପାଇଛି। ଏହାବାଦ୍‌ ଏହା ପୃଥିବୀର ସବୁଠାରୁ ବଡ଼ କଇଁ ପତ୍ରର ମାନ୍ୟତା ବି ପାଇଛି।

Share