Categories: ଫୁରସତ

ଏତେ ବଡ଼ ଓମଲେଟ୍‌!

ଗୋଟେ ଅଣ୍ଡା, ଦୁଇଟି ଅଣ୍ଡାର ଓମଲେଟ୍‌ ତ ସମସ୍ତେ ଖାଇଥିବେ। ହେଲେ ୧୫୦୦୦ଟି ଅଣ୍ଡାରେ ପ୍ରସ୍ତୁତ ଓମଲେଟ୍‌ ହୁଏ ତ କେହି ଖାଇ ନ ଥିବେ। ଭାବୁଥିବେ ଏତେ ଅଣ୍ଡାର ଓମଲେଟ୍‌ କ’ଣ କେହି କରିପାରିବେ। ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି ଏକ ସ୍ଥାନ ଅଛି ଯେଉଁଠି ଏତେ ସଂଖ୍ୟକ ଅଣ୍ଡାରେ ବିରାଟକାୟ ଓମଲେଟ୍‌ ପ୍ରସ୍ତୁତ କରାଯାଏ। ଫ୍ରାନ୍ସ, ବେସିଆର୍‌ରେ ପ୍ରତିବର୍ଷ ଇଷ୍ଟର ଅବସରରେ ଆୟୋଜିତ ହୁଏ ଓମଲେଟ୍‌ ଫେଷ୍ଟିଭାଲ। ଏହି ଉତ୍ସବରେ ୧୫୦୦୦ରୁ ଉର୍ଦ୍ଧ୍ୱ ଅଣ୍ଡାକୁ ଫଟାଇ ଏକ ବଡ଼ ପାତ୍ରରେ ଏକ ବଡ଼ ଓମଲେଟ୍‌ ତିଆରି କରାଯାଏ। ଏହାକୁ ପ୍ରସ୍ତୁତ କରିବା ଲାଗି ଅନେକ ସେଫ୍‌ ନିୟୋଜିତ ଥାଆନ୍ତି। ପରେ ଏହି ସୁସ୍ବାଦୁ ଓମଲେଟକୁ ଉତ୍ସବରେ ଥିବା ଲୋକଙ୍କ ମଧ୍ୟରେ ବାଣ୍ଟି ଦିଆଯାଏ। ଉକ୍ତ ଓମଲେଟ୍‌ ଏତେ ବଡ଼ ହୋଇଥାଏ ଯେ, ୨୦୦୦ ଲୋକ ଆରାମରେ ଖାଇପାରନ୍ତି। ୧୯୭୩ ମସିହାରୁ ଏହି ଉତ୍ସବ ପାଳିତ ହେଉଛି। କୁହାଯାଏ ନେପୋଲିୟନ ଯେବେ ଦକ୍ଷିଣ ଆଫ୍ରିକା ଯାତ୍ରାରେ ଥିଲେ ସେ ଗୋଟିଏ ରାତି ବେସିଆର୍‌ରେ ବିତାଇଥିଲେ। ସେତେବେଳେ ସେ ଏଠାକାର ଜଣେ ରଷୋଇୟାଙ୍କ ଦ୍ୱାରା ପ୍ରସ୍ତୁତ ସ୍ବାଦିଷ୍ଟ ଓମଲେଟ୍‌ ଖାଇଥିଲେ। ତାଙ୍କୁ ସେହି ଓମଲେଟ୍‌ ଏତେ ଭଲ ଲାଗିଥିଲା ଯେ, ସେ ଆଦେଶ ଦେଇଥିଲେ ସହରଯାକର ଅଣ୍ଡା ସଂଗ୍ରହ କରି ତାଙ୍କ ସେନା ପାଇଁ ଓମ୍‌ଲେଟ୍‌ ପ୍ରସ୍ତୁତ କରାଯାଉ। ବାସ୍‌ ସେହିଦିନଠାରୁ ଏହି ପ୍ରଥା ଚାଲି ଆସୁଛି।

Share