Categories: ଫୁରସତ

ଏତେ ବଡ଼ ସୋଫା, ଦେଖିଲେ..

ସୋଫା ତ ପ୍ରାୟ ସମସ୍ତଙ୍କ ଘରେ ଥାଏ। ହେଲେ ଏମିତି ସୋଫା କେହି କେବେ ଦେଖି ନ ଥିବେ। କାରଣ ଏ ସୋଫା ଏତେ ବଡ଼ ଯେ, ଲାଗିବ ସତେ ଯେମିତି ୟାକୁ କୌଣସି ରାକ୍ଷସ ପାଇଁ ତିଆରି କରାଯାଇଛି। ସାଙ୍ଘାଇର ଏକ ଶପିଂ ମଲ୍‌ରେ ପ୍ରଦର୍ଶିତ ହୋଇଥିବା ଏହି ସୋଫାର ଉଚ୍ଚତା ୬.୮ ମିଟର ଏବଂ ଓସାର ୭.୭ ମିଟର। ଏହା ଏତେ ବଡ଼ ଥିଲା ଯେ, ତା’ ପାଖରେ ଯିବା ଆସିବା କରୁଥିବା ଲୋକ ଖୁବ୍‌ ଛୋଟ ଛୋଟ ଦେଖା ଯାଉଥିଲେ। ହେଲେ ଏହା ଦେଖିବାକୁ ବେଶ ସୁନ୍ଦର ଓ ରାଜକୀୟ ଲାଗୁଥିଲା। ବାଇଗଣୀ, ଧଳା ରଙ୍ଗର ଏହି ସୋଫାରେ ଗୋଲ୍ଡେନ କାରୁକାର୍ଯ୍ୟ ହୋଇଥିଲା। ଏହି ବିରାଟକାୟ ସୋଫା ସବୁଠୁ ବଡ଼ ସୋଫା ଭାବେ ରେକର୍ଡ କରିଛି।

Share