ଏହିପରି ପିଲା ସତ୍ୟଠାରୁ ବହୁ ଦୂରରେ, କେବେବି ହାସଲ କରିପାରିବେନି ଶିକ୍ଷା

ଜୀବନ ସହ ଜଡ଼ିତ ସମସ୍ୟାର ସମାଧାନ ପାଇଁ ଚାଣକ୍ୟ ଅନେକ ନୀତି ବର୍ଣ୍ଣନା କରିଛନ୍ତି। ଏଥିରେ ଏକ ଶ୍ଳୋକ ମାଧ୍ୟମରେ ସେ କହିଛନ୍ତି, କେଉଁ ପ୍ରକାରର ପିଲା ଶିକ୍ଷା ହାସଲ କରି ପାଆନ୍ତି ନାହିଁ। ଏହା ସହ କେଉଁ ପ୍ରକାର ଲୋକେ ସତ୍ୟଠାରୁ ଦୂରରେ ରୁହନ୍ତି । ଜାଣନ୍ତୁ ଚାଣକ୍ୟଙ୍କ ଏହି ନୀତି ବିଷୟରେ …

ଚାଣକ୍ୟଙ୍କ ଅନୁଯାୟୀ, ଯିଏ ଘରର ଆକର୍ଷଣରେ ବନ୍ଧା ସେ କେବେବି ଶିକ୍ଷା ହାସଲ କରିପାରିବ ନାହିଁ। ତାଙ୍କର ମନ ଅଧ୍ୟୟନରୁ ଦୂରେଇ ରହିଥାଏ। ତେଣୁ ଅଧ୍ୟୟନ କରୁଥିବା ପିଲାମାନେ ଗୃହଠାରୁ ଦୂରରେ ରହିବା ଉଚିତ୍‌।

ଜଣେ ମାଂସାହାରୀ ବ୍ୟକ୍ତିଙ୍କଠାରୁ ଦୟା ଆଶା କରିବା ଉଚିତ୍‌ ନୁହେଁ। ହେଲେ ଜଣେ ଶାକାହାରୀ ବ୍ୟକ୍ତିଙ୍କଠାରୁ ଦୟା ଆଶା କରାଯିବା ଉଚିତ । କାରଣ ସେମାନଙ୍କ ମନରେ ଦୟା ଥାଏ ।

ଜଣେ ଲୋଭୀ ବ୍ୟକ୍ତିଙ୍କୁ କେବେବି ବିଶ୍ୱାସ କରିବା ଉଚିତ ନୁହେଁ। କାରଣ ସେମାନେ ଅଧିକରୁ ଅଧିକ ଧନ କିପରି ସଂଗ୍ରହ କରିବେ ସେ ନେଇ ଚିନ୍ତାରେ ଥାନ୍ତି। ଏହିପରି ଲୋକମାନେ ସତ୍ୟଠାରୁ ବହୁ ଦୂରରେ ରୁହନ୍ତି। ତେଣୁ ସେମାନଙ୍କୁ ବିଶ୍ୱାସ କରାଯିବା ଉଚିତ ନୁହେଁ ।