Categories: ଫୁରସତ

ଶହଶହ ଫୁଟ ଉଚ୍ଚରୁ ଏମିତି ସଂଗ୍ରହ ହେଉଛି ମହୁ, ଭୟଙ୍କର ଭିଡିଓ ଦେଖିଲେ…

ସୋସିଆଲ ମିଡିଆର ଆମେ ଅନେକ ଜିନିଷ ଦେଖିବାକୁ ପାଇଥାଉ, ଯାହା ପୂର୍ବରୁ କେବେ ଜାଣି ନ ଥାଉ ବା ଦେଖି ନ ଥାଉ। ଏହି ଯେମିତି କାରଖାନାରେ ଜିନିଷଗୁଡ଼ିକ କିପରି ତିଆରି ହୁଏ କିମ୍ବା ପୋଷାକ କିପରି ଉତ୍ପାଦିତ ହୁଏ। ବର୍ତ୍ତମାନ ସେମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ମହୁ କିପରି ସଂଗ୍ରହ କରାଯାଏ ତାହା ଦେଖିବାକୁ ମିଳିଛି। ଏହା ଏକ ପିଲା ଖେଳ ନୁହେଁ, ବହୁତ କଷ୍ଟକର କାର୍ଯ୍ୟ।

ମହୁ ଯେତିକି ମିଠା, ଏଥିରେ ବହୁ ପରିଶ୍ରମ ମଧ୍ୟ ହୁଏ। ବେଳେବେଳେ ବିପଦ ମଧ୍ୟ ରହିଥାଏ। ଅନ୍ତତଃପକ୍ଷେ ଏହି ଭିଡିଓ ଦେଖିବା ପରେ ଆପଣ ବିଶ୍ୱାସ କରିବେ ଯେ, ଏହା କେତେ କଷ୍ଟକର କର୍ଯ୍ୟ। ମହୁର ମଧୁରତାକୁ ଯଦି ଆମେ ପସନ୍ଦ କରୁଛେ, ତେବେ ଏହା କିପରି ସଂଗ୍ରହ କରାଯାଉଛି ତାହା ମଧ୍ୟ ଜାଣିବା ଜରୁରୀ।

 

ଭାଇରାଲ ଭିଡିଓରେ ଆପଣ ଦେଖିପାରିବେ, ମହୁମାଛିମାନେ ଉଚ୍ଚ ପଥର ମଧ୍ୟରେ ସେମାନଙ୍କର ବଡ଼ ଫେଣା ତିଆରି କରିଛନ୍ତି। ମହୁ ସଂଗ୍ରହ କରିବାକୁ ଏଠାକୁ ଯାଉଥିବା ଲୋକମାନେ ଲକ୍ଷଲକ୍ଷ ମହୁମାଛିର ସମ୍ମୁଖୀନ ହେଉଛନ୍ତି। ଅନେକ ସ୍ଥାନରେ ଲୋକମାନେ ସମ୍ପୂର୍ଣ୍ଣ ନିରାପତ୍ତା ବିନା ମହୁମାଛି କାଢୁଛନ୍ତି। କେତେକ ସ୍ଥାନରେ ଗ୍ଲୋଭସ ନ ପିନ୍ଧି ମହୁକୁ ବାହାର କରି ମହୁ ନେଉଛନ୍ତି ଏବଂ କେତେକ ସ୍ଥାନରେ ସେମାନେ ପୂରା ଫେଣାଟିକୁ କାଟି ବାହାରକୁ ନେଉଛନ୍ତି।

@gunnrosesgirl3 ନାମକ ଏକ ‘ଏକ୍ସ’ ପେଜ୍‌ରେ ଭିଡିଓଟି ଶେୟାର କରାଯାଇଛି। ଲକ୍ଷାଧିକ ଲୋକ ଏହି ଭିଡିଓ ଦେଖିବା ସହ ଏହା ଉପରେ ନିଜର ମତାମତ ଦେଇଛନ୍ତି। ଅଧିକାଂଶ ୟୁଜର କହିଛନ୍ତି, ଏହି କାମ ବହୁତ ଭୟାନକ ଅଟେ। ଜଣେ ୟୁଜର ଲେଖିଛନ୍ତି, ମୁଁ ଏହି କାମ କରିବାକୁ କେବେ ବି ସମର୍ଥ ହେବି ନାହିଁ।

Share