Categories: ଫୁରସତ

ଏମିତି ଦେଶ, ଯେଉଁଠି ବାହାର ଦେଶର ନ୍ୟୁଜ୍‌ ଦେଖିବା ମନା

ଭାରତ ସମେତ ଦୁନିଆର ପ୍ରାୟ ସମସ୍ତ ଅଞ୍ଚଳର ଲୋକେ ନିଜ ଇଚ୍ଛାରେ ରୁହନ୍ତି, ନିଜ ଇଚ୍ଛାରେ ଖାଆନ୍ତି ଏବଂ ମନଇଚ୍ଛା କଥାବାର୍ତ୍ତା କରିବାର ସ୍ବତନ୍ତ୍ରତା ରହିଛି। ପ୍ରତ୍ୟେକ ବ୍ୟକ୍ତି ନିଜ ଇଚ୍ଛାରେ ବଞ୍ଚିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। ମାତ୍ର ଏମିତି ଗୋଟିଏ ଦେଶ ଅଛି, ଯେଉଁଠି ଅଜବ ନିୟମ ସବୁ ରହିଛି। ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏଠାରେ ନିଜ ଇଚ୍ଛାରେ ଲୋକେ ଟିଭି ମଧ୍ୟ ଦେଖି ପାରନ୍ତି ନାହିଁ। ଦେଶରେ କେବଳ ୩ କିମ୍ବା ୪ଟି ଚାନେଲ ଦେଖିହୁଏ। ଏହି ଚାନେଲରେ ଦୁନିଆର କୌଣସି ଖବର ଆସେ ନାହିଁ। ଖାଲି ଏତିକି ନୁହେଁ ୧ ପ୍ରତିଶତ ଲୋକଙ୍କ ନିକଟରେ ଇଣ୍ଟରନେଟ୍‌ ମଧ୍ୟ ନାହିଁ।

ଏମିତି ଦେଶ ହେଉଛି ଉତ୍ତର କୋରିଆ। ଏଠାକାର ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ନିଜର ଅଜବ ନିୟମ କାରଣରୁ ସାରା ବିଶ୍ୱରେ ଚର୍ଚ୍ଚାରେ ଥାନ୍ତି। ଏକ ରିପୋର୍ଟ ଅନୁଯାୟୀ, ଏଠାକାର ଜନସାଧାରଣ ବାହାର ଦୁନିଆ ସମ୍ପର୍କରେ କିଛି ଜାଣନ୍ତି ନାହିଁ। ବାହାର ଦେଶର ନ୍ୟୁଜ୍‌ ଚାନେଲ ମଧ୍ୟ ଦେଖନ୍ତି ନାହିଁ। କେବଳ ୩/୪ଟି ଚାନେଲରେ କେବଳ ଉତ୍ତର କୋରିଆ ଏବଂ କିମ୍‌ଙ୍କ ସମ୍ପର୍କିତ ଖବର ଦେଖିଥାନ୍ତି। ରେଡିଓରେ ମଧ୍ୟ କେବଳ ଉତ୍ତର କୋରିଆର କାର୍ଯ୍ୟକ୍ରମ ସମ୍ପର୍କରେ ଶୁଣିବାକୁ ମିଳିଥାଏ।

ଯଦି ଆପଣ କୌଣସି ବିଦେଶୀ ଚାନେଲର ପ୍ରସାରଣ ଦେଖିବାର ଶୁଣିବାକୁ ମିଳିଲା କିମ୍ବା ଜଣାପଡ଼ିଲା ତେବେ କଠୋରରୁ ଅତି କଠୋର ଦଣ୍ଡ ମିଳିଥାଏ। ଏପରିକି ଲୋକଙ୍କୁ ଜେଲ୍‌ ଯିବାକୁ ମଧ୍ୟ ପଡ଼ିଥାଏ। ଦେଶର ଖରାପ ଅର୍ଥ ବ୍ୟବସ୍ଥା କିମ୍ବା ଅକାଳ ସମ୍ପର୍କରେ କୌଣସି ଖବର ଦେଖିବାକୁ ମିଳି ନ ଥାଏ।

Share