Categories: ଫୁରସତ

ଏମିତି ଦେଶ, ଯେଉଁଠି ପରସ୍ପରକୁ ଚୁମ୍ବନ ଦେଇ ପାଳନ କରିଥାନ୍ତି ନୂଆବର୍ଷ

ଆଉ ଦିନକ ପରେ ପାଳନ ହେବ ଇଂରାଜୀ ନୂଆବର୍ଷ। ଏହି ନୂତନବର୍ଷକୁ ସ୍ବାଗତ କରିବା ପାଇଁ ଭିନ୍ନ ଦେଶରେ ଭିନ୍ନ ଭିନ୍ନ ତରିକା ଆପଣାଇଥାନ୍ତି। କେଉଁଠି ବାଜାବାଣ ଫୁଟାଇ ତ ଆଉ କେଉଁଠି ନାଚ ଗୀତ,ଭୋଜିଭାତ କରି ନୂଆବର୍ଷକୁ ସ୍ବାଗତ କରିଥାନ୍ତି। ମାତ୍ର ଏମିତି ଏକ ଦେଶ ଅଛି, ଯେଉଁଠି ଏକ ଅଦ୍ଭୁତ ଉପାୟରେ ନୂଆବର୍ଷକୁ ସ୍ବାଗତ କରିଥାନ୍ତି। ଜାଣନ୍ତୁ ଏ ଦେଶ ବିଷୟରେ…

ୟୁରୋପରେ ଏକ ସ୍ବତନ୍ତ୍ର ପରମ୍ପରା ରହିଛି। ଏଠାରେ ୩୧ ଡିସେମ୍ବରରେ ଘଣ୍ଟାରେ ୧୨ ବାଜିବା କ୍ଷଣି ଲୋକମାନେ ଉପସ୍ଥିତ ଥିବା ସମସ୍ତଙ୍କୁ ଚୁମ୍ବନ ଦେଇ ନୂଆବର୍ଷ ପାଳନ କରିଥାନ୍ତି। ଏହି ଦେଶର ଲୋକମାନ ଚୁମ୍ବନକୁ ଭାଗ୍ୟବାନ ବୋଲି ବିବେଚନା କରିଥାନ୍ତି। ଏହି ପରମ୍ପରା ୧୭ ତମ ଶତାବ୍ଦୀରୁ ଚାଲିଆସିଛି। ଡ୍ୟାନ୍ସ ସମୟରେ ଅନେକ ଲୋକ ମାସ୍କ ପିନ୍ଧନ୍ତି, ଯାହାକୁ ଖରାପ ଆତ୍ମାଙ୍କର ପ୍ରତୀକ ଭାବରେ ବିବେଚନା କରାଯାଏ ଏବଂ ଲୋକମାନେ ସେମାନଙ୍କୁ ଘୃଣା କରନ୍ତି। ମଧ୍ୟରାତ୍ରିରେ, ମାସ୍କଗୁଡ଼ିକ ଖୋଲାଯାଏ ଏବଂ ଏକ ନୂତନ ଆରମ୍ଭକୁ ବିଚାର କରାଯାଏ।

Share